ଟି-୨୦ ବିଶ୍ୱକପ: କିଛି ସମୟ ପରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହା ମୁକାବିଲା
ଚଳିତ ଟି-୨୦ ବିଶ୍ୱକପର ସବୁଠୁ ପ୍ରତୀକ୍ଷିତ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଖେଳାଯିବ । ଅପରାହ୍ଣ ସାଢ଼େ ଗୋଟାଏରେ ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବ
ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପର ସବୁଠୁ ପ୍ରତୀକ୍ଷିତ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଖେଳାଯିବ । ଅପରାହ୍ଣ ସାଢ଼େ ଗୋଟାଏରେ ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବା ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ହେଲେ ମେଲବର୍ଣ୍ଣର ପାଣିପାଗ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି। ରବିବାର ୮୦ରୁ ୯୦ ପ୍ରତିଶତ ବର୍ଷା ସମ୍ଭାବନା ଥିବାରୁ ମ୍ୟାଚ୍ ପ୍ରଭାବିତ ହୋଇପାରେ । ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବାରୁ ରବିବାର ପାଗ ଏଭଳି ରହିପାରେ। ଏପରିକି ମ୍ୟାଚ୍ ବାତିଲ୍ ହେବା ଆଶଙ୍କା ମଧ୍ୟ କରାଯାଉଛି ।

ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଛି । ୨୦୨୧ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ତାର ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ଆଜି ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ବିଶ୍ବବିଜେତା ହୋଇଥିଲା। କିନ୍ତୁ ୧୫ ବର୍ଷ ହେଲାଣି ଏହି ସ୍ବାଦ ଭାରତ ଚାଖିନି। କେବଳ ଏତିକି ନୁହେଁ, ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ମଧ୍ୟ ଗତ ବିଶ୍ବକପ୍ରେ ଭାଙ୍ଗିଥିଲା। ଦୁବାଇରେ ପରାଜୟ ଯୋଗୁ ଭାରତୀୟ ଖେଳାଳି ଘାଇଲା ଥିବା ବେଳେ ମେଲବର୍ଣ୍ଣରେ ତାହାର ପ୍ରତିଶୋଧ ନେବାକୁ ଆଗ୍ରହୀ। କିନ୍ତୁ ଏହା ସହଜ ହେବ ନାହିଁ । କାରଣ ପାକିସ୍ତାନ ଭଳି ପ୍ରତିଭାବାନ ଦଳକୁ ହରାଇବାକୁ ହେଲେ ଭାରତ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।
ଭାରତୀୟ ବ୍ୟାଟିଂ କ୍ରମ ଏବେ ବି ପ୍ରଶ୍ନ ଘେରରେ ରହିଛି। କାରଣ ୨୦୧୯ ଦିନିକିଆ ବିଶ୍ବକପ୍ରେ ଭାରତର ଚତୁର୍ଥ ସ୍ଥାନର ଖେଳାଳି କେହି ନଥିବା ବେଳେ ଗତ ଏକ ବର୍ଷ ଧରି ଦଳର ସ୍ଥାୟୀ ବ୍ୟାଟିଂ କ୍ରମ ନିର୍ଧାରିତ ହୋଇପାରୁନି। ତଥାପି ରବିବାର ରୋହିତଙ୍କ ସହ କେଏଲ୍ ରାହୁଲ, କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ଏକ ପ୍ରକାର ନିଶ୍ଚିତ। ସେହିପରି ୱିକେଟ୍ ରକ୍ଷକ ବ୍ୟାଟର୍ଙ୍କ ମଧ୍ୟରେ ପନ୍ତ୍ଙ୍କଠୁ କାର୍ତ୍ତିକ ଅଧିକ ପସନ୍ଦ ରହିବେ। ଏହାସତ୍ତ୍ବେ ପନ୍ତ୍ ଏକମାତ୍ର ବାମହାତୀ ବ୍ୟାଟର୍ ହୋଇଥିବାରୁ ଦଳୀୟ ସନ୍ତୁଳନ ପାଇଁ ତାଙ୍କ ନାମକୁ ଏଡ଼ାଇ ହେବନି। ସ୍ପିନରଙ୍କ ମଧ୍ୟରେ ଯଦିଓ ଅକ୍ଷର ପଟେଲ ଏବେ ଚମତ୍କାର ଲୟରେ ଅଛନ୍ତି, କିନ୍ତୁ ପାକିସ୍ତାନର ତିନି ବାମହାତୀ ବ୍ୟାଟର ଫକର ଜମନ, ମହମ୍ମଦ ନୱାଜ ଓ ଖୁସ୍ଦିଲ ଶାହଙ୍କୁ ଅଟକାଇବା ପାଇଁ ଅଭିଜ୍ଞ ରବିଚନ୍ଦ୍ରନ୍ ଅଶ୍ବିନୀ ଅନ୍ୟତମ ବିକଳ୍ପ ରହିବେ। ଅଷ୍ଟ୍ରେଲିଆର ବଡ଼ ପଡ଼ିଆରେ ପ୍ରଥମ ପସନ୍ଦ ସ୍ପିନର ଭାବେ ଚହଲ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଙ୍କ ନେତୃତ୍ବରେ ଯୁବ ଅର୍ଶଦୀପ ଓ ଭୁବନେଶ୍ବର ଖେଳିବା ନିଶ୍ଚିତ।

ଉଭୟ ଦେଶର ହଜାର ହଜାର ପ୍ରଶଂସକଙ୍କ ଏହି ମହାଲଢେଇ ପାଇଁ ମେଲବୋର୍ଣ୍ଣରେ ସମାଗମ ହୋଇଛି । ରୋହିତ ଶର୍ମା ଓ ବାବର ଆଜମ ଗଣମାଧ୍ୟମ ଆଗରେ ସେମାନେ ଏହାକୁ ଅନ୍ୟ କୌଣସି ମ୍ୟାଚ୍ ଭଳି ଦେଖୁଛନ୍ତି ବୋଲି କହୁଥିଲେ ମଧ୍ୟ ଦୁଇ ଦଳର ଖେଳାଳି ଜାଣନ୍ତି ଯେ ସେମାନଙ୍କ ପାଇଁ ଏହା ହିଁ 'ଅସଲ ମ୍ୟାଚ୍' । ୟୁଏଇରେ ଅନୁଷ୍ଠିତ ଗତ ସଂସ୍କରଣରେ ଶାହୀନ ଶାହ ଆଫ୍ରିଦି ଗୋଟିଏ ଘାତକ ସ୍ପେଲରେ ଭାରତର ଷ୍ଟାର ବ୍ୟାଟିଂ ଲାଇନ୍ ଅପକୁ ନିଷ୍ପ୍ରଭ କରିଦେଇଥିଲେ । ଶାହୀନଙ୍କ ଉକ୍ତ ପ୍ରଦର୍ଶନ ସହାୟତାରେ ପାକିସ୍ତାନ ବିଶ୍ୱକପ (ଦିନିକିଆ ଓ ଟି୨୦)ରେ ପ୍ରଥମ ଥର ଭାରତକୁ ହରାଇଥିଲା । ଶାହୀନ କେବଳ ନିଜ ଘାତକ ପ୍ରଦର୍ଶନ ଦ୍ୱାରା ଭାରତ ବିପକ୍ଷ ବିଶ୍ୱକପରେ ପରାଜୟ ଧାରା ଭାଙ୍ଗିବାକୁ ପାକିସ୍ତାନକୁ ସୁଯୋଗ ଦେଇନଥିଲେ ବରଂ ବିଶ୍ୱର କିଛି ବଡ଼ ବ୍ୟାଟ୍ସମ୍ୟାନଙ୍କ ଅଂହକୁ ମଧ୍ୟ ଦୋହଲାଇ ଦେଇଥିଲେ । ଗତବର୍ଷ ଦୁବାଇରେ ଶାହୀନଙ୍କ ଆଗରେ ଆତ୍ମସମର୍ପଣକୁ ରୋହିତ, କୋହଲି ଓ ରାହୁଲ ଭୁଲିନଥିବେ ।

ତେବେ ମ୍ୟାଚ ପାଇଁ ଭାରତୀୟ ଦଳର ରୂପରେଖ କିପରି ହେବ ତାହା ଉପରେ ନଜର ରହିବ । ଭାରତ ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନା ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳାଇବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶାହୀନ ଆଫ୍ରିଦିଙ୍କୁ ପାୱାର ପ୍ଲେ'ରେ ଭାରତର ଟପ୍-୩ କିପରି ଖେଳିବେ ତାହା ମ୍ୟାଚର ଗତି ନିର୍ଣ୍ଣୟ କରିବ । ଏହାଛଡ଼ା ଗତ କିଛି ସିରିଜରେ ଚିନ୍ତାର କାରଣ ହୋଇଥିବା ଡେଥ ଓଭର ବୋଲିଂରେ ସୁଧାର ଆଣିବାକୁ ପଡ଼ିବ । ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ଓ ଭୁବଶ୍ୱେର ଓ ଅର୍ଶଦୀପଙ୍କ ଉପରେ ବୋଲିଂ ବୋଝ ରହିବ ।












Click it and Unblock the Notifications