ଟି-୨୦ ବିଶ୍ୱକପ: କିଛି ସମୟ ପରେ ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା

ଅଷ୍ଟ୍ରେଲିଆର ପର୍ଥରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପୂର୍ବରୁ ଦୁଇଟି ମ୍ୟାଚ ଜିତି ମନବଳ ସୁଦୃଢ ରଖିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ରାସ୍ତା ସହଜ କରିବାକୁ ଲକ୍ଷ୍ୟ ରଖିଛି ।

ପର୍ଥ: ଟି-୨୦ ବିଶ୍ୱକପରେ ଆଜି ଭାରତର ତୃତୀୟ ମ୍ୟାଚ । ଅଷ୍ଟ୍ରେଲିଆର ପର୍ଥରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପୂର୍ବରୁ ଦୁଇଟି ମ୍ୟାଚ ଜିତି ମନବଳ ସୁଦୃଢ ରଖିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ରାସ୍ତା ସହଜ କରିବାକୁ ଲକ୍ଷ୍ୟ ରଖିଛି । ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ ।

T-20 World Cup

ତେବେ ପରାଜୟ କୌଣସି ଦଳକୁ ବିଶେଷ ବିବ୍ରତ କରିବ ନାହିଁ। ଉଭୟ ୨ଟି ‌ଲେଖାଏଁ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ପାଇ ଟେବୁଲ୍‌ର ପ୍ରଥମ ୨ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା-ଜିମ୍ବାୱେ ମ୍ୟାଚ୍‌ ବର୍ଷା ଧୋଇ ନେଇଥିବାରୁ ପଏଣ୍ଟ ବାଣ୍ଟିଥିଲେ। ପ୍ରତିଯୋଗିତାରେ ଭାରତ ଏକମାତ୍ର ‌ଦଳ ଭାବେ ପରାଜୟ ବରଣ କରିନାହିଁ କି ବର୍ଷାରେ ପ୍ରଭାବିତ ହୋଇନାହିଁ। ବିଶ୍ବକପ୍ ଆରମ୍ଭ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପରସ୍ପର ସହ ସୀମିତ ଓଭର ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଏହି ଲଢ଼େଇ ପୁଣି କିଛି ‌ରୋମାଞ୍ଚ ଭରିବ ବୋଲି ଆଶା କରାଯାଉଛି।

୨୫ ଦିନ ତଳେ ଭାରତରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଦୁଇ ଦେଶ ମଧ୍ୟରେ ୨୦୨୨ରେ ଦୁଇ ଥର ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଛି। ପ୍ରଥମ ଥର କିନ୍ତୁ ଚଳିତ ବର୍ଷ ଭାରତ ବାହାରେ ଖେଳିବେ। ଏହି ଦୁଇ ଦେଶ ବିଶ୍ବକପ୍‌ ପୂର୍ବରୁ ଦାବିଦାର ଭାବେ ଅଷ୍ଟ୍ରେଲିଆ ଆସିଥିବାରୁ ରବିବାରର ରାତି ମ୍ୟାଚ୍‌କୁ ସମସ୍ତଙ୍କ ଅପେକ୍ଷା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+