ଟି-୨୦ ବିଶ୍ୱକପ: ଟେବୁଲ ଟପ୍ପର ହେଲା ଭାରତ, ବୁଡିଲା ପାକିସ୍ତାନର ସେମି ଟିକେଟ୍

ଚଳିତ ଟି-20 ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ପରେ ଚମତ୍କାର ବୋଲିଂ କରି ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ ।

ମେଲବର୍ଣ୍ଣ: ଚଳିତ ଟି-20 ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ପରେ ଚମତ୍କାର ବୋଲିଂ କରି ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଭାରତର ଏହା ଲଗାତାର 2ୟ ବିଜୟ ହୋଇଛି । ସେପଟେ ଜିମ୍ବାୱେ ଠାରୁ 1 ରନରେ ପରାସ୍ତ ହୋଇଛି ପାକିସ୍ତାନ ।

T-20 World Cup

ଗ୍ରୁପ୍ 2 ପଏଣ୍ଟ ଟେବୁଲ୍

ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତ ବର୍ତ୍ତମାନ 4 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବର୍ଷା ହେତୁ ଜିମ୍ବାୱେ ବିପକ୍ଷରେ ପଏଣ୍ଟ ବାଣ୍ଟିବା ପରେ ବାଂଲାଦେଶକୁ ହରାଇ 3 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା ଦଳ। ବାଂଲାଦେଶ ଦଳ ବର୍ତ୍ତମାନ ଗୋଟିଏ ବିଜୟ ସହ ସହ ତୃତୀୟ ସ୍ଥାନରେ ରହିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ବାତିଲ ହୋଇଥିବା ମ୍ୟାଚ୍ ପରେ ଜିମ୍ବାୱେ ଦଳ 1 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଭାରତ ବିପକ୍ଷରେ ପରାଜୟ ହେତୁ ପାକିସ୍ତାନର ଦଳ ପଞ୍ଚମ ସ୍ଥାନରେ ରହିଛି । ତେବେ ଜିମ୍ବାୱେକୁ ପରାସ୍ତ କରିବା ପରେ ଦଳ ବାଂଲାଦେଶକୁ ହଟାଇ ତୃତୀୟ ସ୍ଥାନ ଅଧିକାର କରିପାରିବ। ନେଦରଲ୍ୟାଣ୍ଡ ଉଭୟ ମ୍ୟାଚ୍ ହାରି ଦଳର ତଳେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+