T-20 ବିଶ୍ବକପ୍; ପ୍ରଥମେ ବ୍ୟାଟିଂ କରିବ ଭାରତ
ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇବ।

ତେବେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍ ଆରମ୍ଭ ପୂର୍ବରୁ ପଡ଼ିଆରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବ ନିଷ୍ପତ୍ତି ମୁତାବକ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନାହାନ୍ତି। ଏହି 'ନୋ ହ୍ୟାଣ୍ଡସେକ୍' ଆଭିମୁଖ୍ୟ ମ୍ୟାଚର ଉତ୍ତେଜନାକୁ ଆହୁରି ଦ୍ୱିଗୁଣିତ କରିଛି।












Click it and Unblock the Notifications