ଆଉ କିଛି ସମୟ ପରେ ଟି-୨୦ ବିଶ୍ବକପ ଫାଇନାଲ ଫାଇଟ୍
ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହେବ ଟି-୨୦ ବିଶ୍ବକପର ଫାଇନାଲ ଫାଇଟ୍ । ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ସୁପର ଫାଇଟ୍ ।
ମେଲବୋର୍ଣ୍ଣ: ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହେବ ଟି-୨୦ ବିଶ୍ବକପର ଫାଇନାଲ ଫାଇଟ୍ । ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ସୁପର ଫାଇଟ୍ । ଭାରତୀୟ ସମୟ ଦିନ ୧ଟା ୩୦ ମିନିଟରେ ମ୍ୟାଚ୍ ଖେଳାଯିବ । ଭାରତ ବାଦ ପଡ଼ି ସାରିଥିବାରୁ ଦର୍ଶକଙ୍କ ଉତ୍ସାହ ସାମାନ୍ୟ କମି ଯାଇଛି । ହେଲେ ପାକିସ୍ତାନ ଓ ଇଂଲଣ୍ଡର ସମର୍ଥକଙ୍କୁ ନେଇ ପୂର୍ଣ୍ଣ ହେବ ମେଲବୋର୍ଣ୍ଣ ଗ୍ରାଉଣ୍ଡ ।

୧୯୯୨ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା ଟକ୍କର । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା । ପାକିସ୍ତାନ ଫାଇନାଲ ଜିତି ପ୍ରଥମ କରି ବିଶ୍ବକପ୍ ଚାମ୍ପିଅନ୍ ତାଲିକାରେ ନିଜ ନାଁକୁ ସାମିଲ କରିଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟାଇଟଲ ପାଇଁ ମୁହାମୁହିଁ ହେବାକୁ ଯାଉଛନ୍ତି ।
ସେପଟେ ୨୦୦୭ ଟି୨୦ ବିଶ୍ବକପ୍ର ଫାଇନାଲରେ ଭାରତଠାରୁ ପରାସ୍ତହେବା ପରେ ୨୦୦୯ରେ ପାକିସ୍ତାନ୍ ଚମ୍ପିଆନ୍ ହୋଇଥିଲା। ୨୦୧୦ରେ ପରବର୍ତ୍ତୀ ସଂସ୍କରଣରେ ଇଂଲଣ୍ଡ ଏହି ଟ୍ରଫି ଜିତିଥିଲା। ମେଲ୍ବୋର୍ଣ୍ଣର ପିଚ୍ ପେସ୍ ବୋଲରଙ୍କୁ ସହାୟତା ଦେବାର ଥିବାରୁ ପାକିସ୍ତାନର ଫାଷ୍ଟବୋଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେବେ ୯ନଂ ପର୍ଯ୍ୟନ୍ତ ଲମ୍ବା ବ୍ୟାଟିଂ ଲାଇନ୍ ଥିବା ଇଂଲଣ୍ଡ ଦଳ ପାକିସ୍ତାନୀ ଆକ୍ରମଣର ମୁକାବିଲା ପାଇଁ ସକ୍ଷମ। ତେଣୁ ଫାଇନାଲରେ ପାକିସ୍ତାନର ବୋଲିଂ ଓ ଇଂଲଣ୍ଡର ବ୍ୟାଟିଂ ମଧ୍ୟରେ ମୁଖ୍ୟତଃ ମୁକାବିଲା ହେବ।
ବର୍ଷା ମଧ୍ୟ ପ୍ରଭାବ ପକାଇବା ନେଇ ଅନୁମାନ କରାଯାଉଛି । ତଥାପି ଉଭୟ ଦଳ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ଫାଇନାଲ୍ ମ୍ୟାଚ୍କୁ ନେଇ ଆକଳନ କରିବା ଅସମ୍ଭବ । ଇଂଲଣ୍ଡ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଥିବାବେଳେ ପାକିସ୍ତାନର ପେସ୍ ବାହିନୀ ଟୁର୍ଣ୍ଣାମେଣ୍ଟରେ ଆଧିପତ୍ୟ ଜାହିର କରିସାରିଛନ୍ତି । ତେଣୁ ମୋଟ୍ ଉପରେ ଦେଖିବାକୁ ଗଲେ ଆଜିର ମ୍ୟାଚ୍ ପାକ୍ ପେସର ବନାମ ଇଂଲଣ୍ଡର ଦୁର୍ଦ୍ଦର୍ଷ ବ୍ୟାଟରମାନଙ୍କ ମଧ୍ୟରେ ସଂଘର୍ଷ ହେବ । ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ଏକମାତ୍ର ଦଳ ଯିଏ ପାଓ୍ବାର ପ୍ଲେ'ରେ ସ୍ପିନରଙ୍କୁ ବୋଲିଂ କରାଇ ନାହିଁ ।












Click it and Unblock the Notifications