ଟି-୨୦ ବିଶ୍ୱକପ: ପରାଜୟ ପରେ କାନ୍ଦି ପକାଇଲେ ଅଧିନାୟକ ରୋହିତ ଶର୍ମା

ଭାରତ ହାରିବା ପରେ କାନ୍ଦି ପକାଇଲେ କ୍ୟାପଟେନ୍‌ ରୋହିତ ଶର୍ମା । ଡଗ୍‌ଆଉଟ୍‌ରେ ତାଙ୍କୁ ଭାବୁକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରାଜୟ ପରେ ରୋହିତ ଶର୍ମା କାନ୍ଦୁଥିବାର ନଜର ଆସିଥିଲେ ।

Rohit Sharma Cried: ଚଳିତ ଟି-20 ବିଶ୍ୱକପରୁ ବାଦ ପଡିଛି ଟିମ୍ ଇଣ୍ଡିଆ । ସେମିଫାଇନାଲରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ଦଶ ୱିକେଟରେ ପରାସ୍ତ କରିଛି । ତେବେ ଭାରତ ହାରିବା ପରେ କାନ୍ଦି ପକାଇଲେ କ୍ୟାପଟେନ୍‌ ରୋହିତ ଶର୍ମା । ଡଗ୍‌ଆଉଟ୍‌ରେ ତାଙ୍କୁ ଭାବୁକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରାଜୟ ପରେ ରୋହିତ ଶର୍ମା କାନ୍ଦୁଥିବାର ନଜର ଆସିଥିଲେ ।

T20 World Cup

ମ୍ୟାଚ୍‌ ସରିବା ପରେ ଯେତେବେଳେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଟିମ୍‌ ସହ ହାତ ମିଳାଇ ନିଜ ଡଗ୍‌ଆଉଟରେ ପହଞ୍ଚିଥିଲେ, ସେତେବେଳେ ରୋହିତ ଶର୍ମା ଭାବୁକ ହୋଇ ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କୁ ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିବାର ଦେଖା ଯାଇଥିଲା। କିଛି ମିନିଟ୍‌ ପର୍ଯ୍ୟନ୍ତ ଦୁଇଜଣ କଥା ହୋଇଥିଲେ ଏବଂ ଏହାପରେ ରୋହିତ ଶର୍ମା ଇମୋସନାଲ ହୋଇପଡ଼ିଥିଲେ। ସେଠାରେ ରାହୁଲ ଦ୍ରାବିଡ ତାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖା ଯାଇଥିଲା ।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ମଇଦାନରେ ନିରାଶ ନଜର ଆସିଥିଲେ। ୧୦ ଓ୍ଵିକେଟ୍‌ରେ ଶୋଚନୀୟ ପରାସ୍ତ ପରେ କୋହଲି ମଧ୍ୟ ନିରାଶ ହୋଇଥିଲେ । ସେ ନିଜ ମୁହଁକୁ ଟୋପିରେ ଲୁଚାଇ ଥିବାର ନଜର ଆସିଥିଲେ।

ଉଲ୍ଲେଖଥାଉ କି, ସେମିରେ ଭାରତକୁ ୧୦ ୱିକେଟରେ ହରାଇ ଚଳିତ ଟି-୨୦ ବିଶ୍ୱକପ୍ କ୍ରିକେଟ ଫାଇନାଲରେ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୮ ରନ୍ ସଂଗ୍ରହ କରିଥିଲା । ଆଉ ଯାହାକୁ ବିନା କୌଣସି ୱିକେଟ ହରାଇ ୧୬ ଓଭରରେ ହାସଲ କରିନେଲା ଇଂଲଣ୍ଡ । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ଖେଳ ଖେଳିଥିଲେ । ସେ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+