ଟି-୨୦ ବିଶ୍ୱକପ: ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଯାହାଫଳରେ ଏବେ ପଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବ ରୋହିତ ବାହିନୀ ।

ଆଡିଲେଡ୍: ଆଜି ଭାରତ ବନାମ ବାଂଲାଦେଶ ଟକ୍କର । ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଯାହାଫଳରେ ଏବେ ପଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବ ରୋହିତ ବାହିନୀ ।

T-20 World Cup

ଟି-୨୦ ବିଶ୍ୱକପ୍‌ ୨୦୨୨ରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ଉଭୟ ଦଳ ଏହି ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି।

ବାଂଲାଦେଶ ବିପକ୍ଷରେ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ପୁଣିଥରେ ଦଳକୁ ଅକ୍ଷର ପଟେଲ ଫେରିଥିବା ବେଳେ ଦୀପକ ହୁଡାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ଗତ ମ୍ୟାଚରେ ଆହତ ହୋଇଥିବା ଦିନେଶ କାର୍ତ୍ତିକଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦଳରେ ସ୍ଥାନ ମିଳିଛି ।

ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଆର ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ।

ବାଂଲାଦେଶ : ନଜମୁଲ ହୁସେନ ଶାନ୍ତୋ, ଲିଟନ ଦାସ, ସାକିବ ଅଲ ହାସନ, ଅଫିଫ ହୁସେନ, ୟାସିର ଅଲ୍ଲୀ, ମୋସାଡେକ ହୁସେନ, ସୋରିଫୁଲ ଇସଲାମ୍‌, ନରୁଲା ହାସାନ (ଓ୍ୱିକେଟ୍‌ କିପର) ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସାନ ମହମ୍ମଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+