ଟି -20 ବିଶ୍ୱକପ: ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବେ ଏହି ତିନି ଦେଶ, ସବୁଠି ଗରିବ ଦେଶ ମଧ୍ୟ ହୋଇଛି ସାମିଲ
T20 World Cup 2024: ଫାଟଫଟ୍ କ୍ରିକେଟ୍ ଟି -20 ବିଶ୍ୱକପରେ ଏଥ ଅନେକ ଦଳ ଭାଗ ନେଉଛନ୍ତି। ଆଇସିସି ଏହି ମେଗା ଇଭେଣ୍ଟକୁ ଏତେ ବଡ କରିଛି ଯେ, ଏହାକୁ କ୍ରିକେଟ୍ ପ୍ରେମୀ ଚାହିଁ ରହୁଛନ୍ତି। ମୋଟ୍ 20 ଟି ଦଳ ଖେଳିବେ। ଅନେକ ଦଳକୁ ପ୍ରଥମ ଥର ଦେଖିବାକୁ ମିଳୁଛି । ଏଥ ମ୍ୟାଚ୍ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ ।
ଫର୍ମାଟ୍ ବିଷୟରେ କହିବାକୁ ଗଲେ, ପାଞ୍ଚଟି ଲେଖାଏଁ ଦଳ ନେଇ ଚାରୋଟି ଟିମ୍ ଗଠନ କରାଯାଇଛି । ଏହା ପରେ ପ୍ରତ୍ୟେକ ଟିମ୍ ରୁ ଦୁଇଟି ଦଳ ଆଗକୁ ଯିବେ । ଏହା ପରେ ଆରମ୍ଭ ହେବ ସୁପର 8 ପର୍ଯ୍ୟାୟ । ଏହା ପରେ ଚାରି ସେମିଫାଇନାଲିଷ୍ଟ ରହିବେ ଏବଂ ଶେଷରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏଥ ଟୁର୍ନାମେଣ୍ଟରେ କିଛି ଦଳ ପ୍ରଥମ ଥର ପାଇଁ ଭାଗ ନେଉଛନ୍ତି ।

କାନାଡା: ଏହାପୂର୍ବରୁ କାନାଡିୟ ଦଳ ଏକଦିବସୀୟ ବିଶ୍ୱକପରେ ଖେଳିଛି କିନ୍ତୁ ଟି -20 ବିଶ୍ୱକପରେ ପ୍ରଥମ ଥର ଖେଳିବ। ଏଥର ଟି -20 ଟୁର୍ନାମେଣ୍ଟରେ କାନାଡାର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ହେବ। ଦୁଇ ଦେଶ ମଧ୍ୟରେ ଦୂରତା ଅଧିକ ନୁହେଁ । ଏହି ମ୍ୟାଚ୍ ଜୁନ୍ ୨ ରେ ଖେଳାଯିବ । ଗ୍ରୁପ୍ 'ଏ' ରେ କାନାଡିୟ ଦଳ ରହିଛି । ଏହି ଟିମ୍ ରେ ଭାରତ, ପାକିସ୍ଥାନ, ଆମେରିକା ଏବଂ ଆୟର୍ଲାଣ୍ଡର ଦଳ ମଧ୍ୟ ଅଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା : ଆୟୋଜକ ଭାବରେ ଆମେରିକା ଏଥର ଟୁର୍ଣ୍ଣାମେଣ୍ଟ ଖେଳୁଛି । କ୍ୱାଲିଫାୟାର ରାଉଣ୍ଡ ଜିତି ଏଥିରେ ସାମିଲ ହେବା ନେଇ ସେମାନଙ୍କର କୌଣସି ଯୋଗ୍ୟତା ନଥିଲା । ତଥାପି ଆମେରିକୀୟ ଦଳ ପ୍ରଥମ ଥର ପାଇଁ ଟି -20 ବିଶ୍ୱକପରେ ଖେଳିବ । ନିକଟରେ ବାଂଲାଦେଶ ଦଳ ବିପକ୍ଷରେ ଖେଳାଯାଇଥିବା ଘରୋଇ ସିରିଜରେ ଆମେରିକା 2-1ରେ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି କୋରି ଆଣ୍ଡରସନ ମଧ୍ୟ ଏହି ଦଳରେ ଅଛନ୍ତି ।
ଉଗାଣ୍ଡା: ଆଫ୍ରିକା ଅଞ୍ଚଳରୁ ଯୋଗ୍ୟତା ଅର୍ଜନ କରିବା ପରେ ଟି-20 ବିଶ୍ୱକପ୍ ରେ ସାମିଲ ହୋଇଛି ଉଗାଣ୍ଡା । ସାତଟି ଦଳ ମଧ୍ୟରେ ଉଗାଣ୍ଡା ନାମ ଦ୍ୱିତୀୟ ସ୍ଥାନରେ ଥିଲା । ଉଗାଣ୍ଡାକୁ ପ୍ରଥମ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିଛି । ପାପୁଆ ନ୍ୟୁ ଗିନି, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ସହିତ ଉଗାଣ୍ଡାକୁ ଗ୍ରୁପ୍ ସିରେ ସ୍ଥାନିତ କରାଯାଇଛି । ଉଗାଣ୍ଡା ପାଇଁ ଏହା ଏକ ବଡ ସଫଳତା କାରଣ ଏହା ସବୁଠାରୁ ଗରିବ ଦେଶ ।












Click it and Unblock the Notifications