ଟି-୨୦ ବିଶ୍ଵକପ ୨୦୨୪: ଆଜି ସୁପର-୮ ରେ ଭାରତ ବନାମ ଅଷ୍ଟ୍ରେଲିଆ, କିଏ ହେବ ଗ୍ରୁପ୍ ଟପ୍ପର ?
ପ୍ରତିଶୋଧ ନେବ ଭାରତ । ୨୦୨୩ ବିଶ୍ଵକପ ଫାଇନାଲର ବଦଲା ନେବ ଭାରତ । ୭ମାସ ତଳେ ଭାରତକୁ ଦିନିକିଆ ବିଶ୍ୱକପ ଜିତିବାରୁ ଅଟକାଇ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଦଳ । ଆଉ ଫାଇନାଲରେ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା। ଏବେ ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲରୁ ଅଷ୍ଟ୍ରେଲିଆକୁ ରୋକିବା ସହ ପ୍ରତିଶୋଧ ନେବାର ସୁଯୋଗ ଭାରତୀୟ ଦଳ ପାଖରେ ରହିଛି।
ସୁପର-୮ ମ୍ୟାଚରେ ଆଫଗାନିସ୍ତାନଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ଏହା ଚିନ୍ତାରେ ପଡିଛି। ସେମିରେ ପହଞ୍ଚିବାକୁ ହେଲେ ଆଜିର ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ ନିଶ୍ଚୟ ପରାସ୍ତ କରିବାକୁ ପଡିବ। ଅନ୍ୟପଟେ ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆକୁ ଟି-୨୦ ବିଶ୍ୱକପରୁ ବିଦା କରିବା ସହ ଗ୍ରୁପ୍-୮ର ଶୀର୍ଷରେ ରହିବା ସହ ଅପରାଜିତ ରହି
ସେମିଫାଇନାଲ ଖେଳିବାକୁ ଭାରତ ସମସ୍ତ ପ୍ରୟାସ କରିବ। ନିକଟରେ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଏହି ଧାରା ବଦଳାଇବାକୁ ଭାରତ ଚାହିଁବ। ଦକ୍ଷିଣ ଆଫ୍ରିକା ସହ ଭାରତ ଆଦ୍ୟବଧି କୌଣସି ମ୍ୟାଚ ହାରିନାହାଁନ୍ତି। ସମସ୍ତ ବିଭାଗରେ ଭାରତ ଭଲ ପ୍ରଦର୍ଶନ କରୁଛି।

IND ବନାମ AUS, ପାଣିପାଗ: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ର ପାଣିପାଗ ରିପୋର୍ଟ
ପାଣିପାଗ ଡଟ୍ କମ୍ ଅନୁଯାୟୀ, ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଦିନ ଆରମ୍ଭରେ ବର୍ଷା ହେବାର ଆଶଙ୍କା ରହିଛି, କିନ୍ତୁ ଦିନ ଯେତିକି ପାଖେଇ ଆସୁଛି ଆକାଶ ଖରାଦିନେ ରହିବ ଏବଂ ଘଣ୍ଟା ପ୍ରତି 25-40 କିଲୋମିଟର ବେଗରେ ପବନ ବହିବ । ବର୍ଷା ହେବାର ସମ୍ଭାବନା 50 ପ୍ରତିଶତ । ପାଣିପାଗ ପୂର୍ବାନୁମାନ ସୂଚିତ କରେ ଯେ ମ୍ୟାଚ୍ ପୂର୍ବରୁ ବର୍ଷା ହୋଇପାରେ, ଯାହା ଖେଳ ଆରମ୍ଭରେ ବିଳମ୍ବ କରିପାରେ ।












Click it and Unblock the Notifications