ଫିଫା ବିଶ୍ୱକପ: ଜନ୍ମିତ ଦେଶ ବିପକ୍ଷରେ ଗୋଲ ଦେଇ ବିପକ୍ଷ ଦେଶକୁ ଜିତାଇଲେ ଏହି ଖେଳାଳି

ଫିଫା ବିଶ୍ୱକପରେ ଆଜିର ପ୍ରଥମ ମ୍ୟାଚରେ ସ୍ୱିଜରଲ୍ୟାଣ୍ଡ କାମେରୁନକୁ 1-0ରେ ପରାସ୍ତ କରିଛି । ଏହି ମ୍ୟାଚର ଏକମାତ୍ର ଗୋଲ ସ୍କୋର କରିଥିଲେ ସ୍ବିଜରଲ୍ୟାଣ୍ଡର ବ୍ରୀଲ ଏମ୍ବୋଲୋ ।

Switzerland vs Cameroon: ଫିଫା ବିଶ୍ୱକପରେ ଆଜିର ପ୍ରଥମ ମ୍ୟାଚରେ ସ୍ୱିଜରଲ୍ୟାଣ୍ଡ କାମେରୁନକୁ 1-0ରେ ପରାସ୍ତ କରିଛି । ଏହି ମ୍ୟାଚର ଏକମାତ୍ର ଗୋଲ ସ୍କୋର କରିଥିଲେ ସ୍ବିଜରଲ୍ୟାଣ୍ଡର ବ୍ରୀଲ ଏମ୍ବୋଲୋ ।

Switzerland vs Cameroon

ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ କୌଣସି ଦଳ ଗୋଲ କରିବାକୁ ସକ୍ଷମ ହୋଇ ନଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ସ୍ୱିଜରଲ୍ୟାଣ୍ଡ ଏକ ଚମତ୍କାର ଗୋଲ ସ୍କୋର କରି 1-0 ଅଗ୍ରଣୀ ହାସଲ କରିଥିଲା। 48 ମିନିଟରେ ଏମ୍ବୋଲୋ ଗୋଲ ସ୍କୋର କରିଥିଲେ । ଏହା ପରେ ମଧ୍ୟ ଉଭୟ ଦଳ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନଥିଲେ। ଏମ୍ବୋଲୋ କାମେରୁନରେ ଜନ୍ମ ହୋଇଥିଲେ ମଧ୍ୟ ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଖେଳୁଛନ୍ତି। ଆଜି ସେ ନିଜ ଜନ୍ମିତ ଦେଶକୁ ଗୋଲ ଦେଇ ହରାଇ ଦେଇଛନ୍ତି।

ଏହି ମ୍ୟାଚରେ ସ୍ୱିଜରଲ୍ୟାଣ୍ଡରେ 51 ପ୍ରତିଶତ ବଲ ନିୟନ୍ତ୍ରଣ ଥିବାବେଳେ କାମେରୁନ 49 ପ୍ରତିଶତ ନିୟନ୍ତ୍ରଣ କରିଥିଲେ। ଉଭୟ ଦଳର ଖେଳାଳି ମଧ୍ୟ ଦୁଇଥର ଅଫସାଇଡ୍ ହୋଇଥିଲେ। ତେବେ ସ୍ୱିଜରଲ୍ୟାଣ୍ଡ 11 ଟି କର୍ଣ୍ଣର ପାଇଥିବା ବେଳେ କାମେରୁନ ମାତ୍ର ପାଞ୍ଚଟି କର୍ଣ୍ଣର ପାଇଥିଲା । ତେବେ ସ୍ୱିଜରଲ୍ୟାଣ୍ଡ ଏହି ମ୍ୟାଚ୍‌କୁ ୧-୦ରେ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+