ରାଜକୋଟରେ ଚମକିଲେ ସୂର୍ଯ୍ୟ, ହାସଲ କଲେ ୨୦୨୩ରେ ପ୍ରଥମ ଶତକ
ରାଜକୋଟରେ ସନ୍ଧ୍ୟାରେ ଚମକିଲେ ସୂର୍ଯ୍ୟ । ଭ୍ରମଣକାରୀ ସିହଂଳୀ ଦଳର ବୋଲରଙ୍କୁ ଛେଚିଲେ । ବର୍ଷ ୨୦୨୩ରେ ପ୍ରଥମ ଶତକ ହାସଲ କଲେ ସୂର୍ଯ୍ୟକୁମାର ଯାଦବ । ଏଥି ସହିତ 2ୟ ଦୃତତମ ଟି-20 ଶତକ ହାସଲ କରିଛନ୍ତି ସୂର୍ଯ୍ୟ ।
ରାଜକୋଟ: ରାଜକୋଟରେ ସନ୍ଧ୍ୟାରେ ଚମକିଲେ ସୂର୍ଯ୍ୟ । ଭ୍ରମଣକାରୀ ସିହଂଳୀ ଦଳର ବୋଲରଙ୍କୁ ଛେଚିଲେ । ବର୍ଷ ୨୦୨୩ରେ ପ୍ରଥମ ଶତକ ହାସଲ କଲେ ସୂର୍ଯ୍ୟକୁମାର ଯାଦବ । ଏଥି ସହିତ 2ୟ ଦୃତତମ ଟି-20 ଶତକ ହାସଲ କରିଛନ୍ତି ସୂର୍ଯ୍ୟ ।

ଭାରତ ବାନାମ ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟି-୨୦ ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ସୂର୍ଯ୍ୟକୁମାର ଏହି ବିସ୍ଫୋରକ ଇଂନିସ ବଳରେ ଭାରତ ଶ୍ରୀଲଙ୍କାକୁ ୨୨୯ ରନ୍ର ବିଶାଳ ଟାର୍ଗେଟ ଦେଇଛି।
ତେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ୨୦୨୩ରେ ପ୍ରଥମ ଶତକ ହାସଲ କରି ସୂର୍ଯ୍ୟ ଟି-୨୦ରେ ବିଶ୍ବର ଏକ ନମ୍ବର ବ୍ୟାଟର ଭାବେ ତାଙ୍କ ପ୍ରଶଂସକଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି ।












Click it and Unblock the Notifications