ଟସ୍ ଜିିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା,ଇଣ୍ଡିଆର ବ୍ୟାଟିଂ ଆରମ୍ଭ
କଲମ୍ବୋ: ଶ୍ରୀଲଙ୍କା ଏବଂ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଶ୍ରୀଲଙ୍କା ଆଜି ୫ ବୋଲର ଓ ୬ ବ୍ୟାଟରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି। ଭାରତ ପାଇଁ ଶିବମ ଦୁବେଳ ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର ଓ ଖଲୀଲ ଅହମଦ ଖେଳୁ ନାହାନ୍ତି। ଏହାର ଅର୍ଥ ଯଶସ୍ୱୀ ଜୈସୱାଲଙ୍କ ସହ ଶୁବମନ ଗିଲ୍ ଇନିଂସ ଆରମ୍ଭ କରିବେ। ୩ନଂରେ ନିଜେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଖେଳିବେ। ନଚେତ ଋଷଭ ପନ୍ତ ବିଶ୍ୱକପ ଭଳି ୩ନଂରେ ବ୍ୟାଟିଂ କରିପାରନ୍ତି। ଏହାବାଦ ଦଳରେ ରିୟାନ ପରାଗ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ ଓ ମହମ୍ମଦ ସିରାଜ ରହିଛନ୍ତି।












Click it and Unblock the Notifications