ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଚମତ୍କାର ଥିଲା ବର୍ଷ ୨୦୨୨
ବୁଧବାର ଆଇସିସି ଟି-20 କ୍ରିକେଟର ଅଫ୍ ଦି ଇୟର ଘୋଷଣା କରିଛି । ଏହି ଆୱାର୍ଡ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଦିଆଯାଇଛି ।
Suryakumar Yadav News: ବୁଧବାର ଆଇସିସି ଟି-20 କ୍ରିକେଟର ଅଫ୍ ଦି ଇୟର ଘୋଷଣା କରିଛି । ଏହି ଆୱାର୍ଡ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଦିଆଯାଇଛି । ଗତ ବର୍ଷ ଟି-20 ଫର୍ମାଟକୁ ଧମାକା ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ବଡ଼ ସମ୍ମାନ ମିଳିଛି ।

ଏହି ରେସରେ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡର ସାମ କରେନ, ଜିମ୍ବାୱେର ସିକନ୍ଦର ରଜା ଏବଂ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ମାତ୍ ଦେଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବେ ଟି-୨୦ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଛନ୍ତି ।
ବର୍ଷ ୨୦୨୨ରେ ସୂର୍ଯ୍ୟ କୁମାର ଯାଦବ ୩୧ ମ୍ୟାଚରୁ ୧୧୬୪ ରନ କରିଥିଲେ । ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟ ୧୮୭.୪୩ ରହିଥିଲା । ଯାହା ସମସ୍ତ ଖେଳାଳିଙ୍କଠାରୁ ଅଧିକ ରହିଥିଲା । ୨୦୨୨ରେ ସେ ୬୮ ଛକା ମାରିଥିଲେ ଯାହା କେହି ବି ଆଗରୁ ମାରିନଥିଲେ । ଅନେକ ମ୍ୟାଚରେ ସେ ଭାରତକୁ ଏକାକୀ ବିଜୟୀ କରାଇଥିଲେ ।
ନିକଟ ଅତୀତରେ ଆଇସିସି ମଧ୍ୟ ଟି-20 ଅଫ୍ ଟିମ୍ ଅଫ୍ ଦି ଇୟର ଘୋଷଣା କରିଥିଲା । ଯେଉଁଥିରେ ଭାରତର ୩ ଖେଳାଳି ସାମିଲ ଥିଲେ । ଭାରତରୁ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳର ଅଂଶ ଥିଲେ ।












Click it and Unblock the Notifications