ସୂର୍ଯ୍ୟ କୁମାରଙ୍କ ଦମଦାର ସଟ୍, ଭାଙ୍ଗିଲା କ୍ୟାମେରା
Surya Kumar Yadav IPL 2024: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ପ୍ରଦର୍ଶନ ଦେଖିବା ପାଇଁ ମିଳିଥିଲା । ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଇନିଂସରେ ସୂର୍ଯ୍ୟ ଅନେକ ଆକର୍ଷଣୀୟ ସଟ୍ ଖେଳିଥିବାରେ ଦେଖିବା ପାଇଁ ମିଳିଥିଲା ।
ବର୍ତ୍ତମାନ ପରବର୍ତ୍ତୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ୍ । ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ମ୍ୟାଚ୍ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବା ପାଇଁ ଯାଉଛି । ଏହି ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ମ୍ୟାଚ୍ ପାଇଁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା ।
ତେବେ ରୋମାଞ୍ଚକର କଥା ହେଲା ଯେ, ନେଟ୍ ଅଭ୍ୟାସ ବେଳେ ସୂର୍ଯ୍ୟକୁମାର ଯାଦବ କ୍ୟାମେରା ଭାଙ୍ଗିଥିଲେ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସୂର୍ଯ୍ୟଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କ ଅଭ୍ୟାସକୁ ରେକର୍ଡ କରିବା ପାଇଁ ଏକ କ୍ୟାମେରା ପାଖରେ ରଖାଯାଇଥିବାର ଦେଖିବାକୁ ମିଳିଥିଲା ।

ଅଭ୍ୟାସ ସମୟରେ ଏକ ସଟ୍ ଖେଳି ସୂର୍ଯ୍ୟ କୁମାର ଯାଦବ ଏକ କ୍ୟାମେରା ଭାଙ୍ଗିଦେଇଥିଲେ । ମୁମ୍ବାଇ ଇଣ୍ତିଆନ୍ସ ଏହି ଭିଡିଓକୁ ସୋସିଆଲ ମିଡିଆ ସାଇଟ୍ 'X' ରେ ସେୟାର କରିଛନ୍ତି । ଏହି ଭିଡିଓ ଅପଲୋଡ୍ ହେବା ପରେ ପ୍ରାୟ ୬୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଅନେକ ପ୍ରଶଂସକ ମଧ୍ୟ ଭିଡିଓ ଉପରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି ।
Humne kya bigaada tha, सूर्या दादा? 🥲#MumbaiMeriJaan #MumbaiIndians | @surya_14kumar pic.twitter.com/n5QC6Wolam
— Mumbai Indians (@mipaltan) April 13, 2024
ମୁମ୍ବାଇର ଶ୍ରେଷ୍ଠ ଖେଳାଳି ତାଲିକାରେ ସୂର୍ଯ୍ୟକୁମାର ଯାଦବଙ୍କ ନା ସାମିଲ ଅଛି । ସେ ଏପର୍ଯ୍ୟନ୍ତ IPL'ରେ ୧୪୧ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ମୋଟ୍ ୩୩୧୦ ରନ୍ ସ୍କୋର କରିଛନ୍ତି । ତାଙ୍କର ଶ୍ରେଷ୍ଠ ସ୍କୋର ୧୦୩ ରନ୍ ରହିଛି । ସେ 60 ଟି ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏଥିରେ ୨୧୪୧ ରନ୍ ସ୍କୋର କରିଛନ୍ତି । ଆଇପିଏଲ୍ ୨୦୨୪'ର ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି ।












Click it and Unblock the Notifications