କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଲେ ସୁରେଶ ରାଇନା
କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁରେଶ ରାଇନା । ଏନେଇ ରୈନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।
ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁରେଶ ରାଇନା । ଏନେଇ ରୈନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ବେଳେ ଆଜି ଘରୋଇ କ୍ରିକେଟ୍ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ରାଇନା । ଅର୍ଥାତ୍ ରାଇନା ଆଉ ଆଇପିଏଲ ଖେଳିବେ ନାହିଁ ।

ସେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ହେଲେ ଉତ୍ତର ପ୍ରଦେଶର ଘରୋଇ କ୍ରିକେଟ ଖେଳ ଜାରି ରଖିଥିଲେ । ଏହା ସହ ସେ ଆଇପିଏଲ ମଧ୍ୟ ଖେଳୁଥିଲେ । ହେଲେ ଗତବର୍ଷ ଆଇପିଏଲ ଫ୍ରାଞ୍ଚାଇଜରେ ତାଙ୍କୁ କେହି କିଣି ନଥିଲେ ।
ସୋସିଆଲ ମିଡିଆରେ ରାଇନା ଲେଖିଛନ୍ତି ଯେ, ଦେଶ ଓ ଉତ୍ତର ପ୍ରଦେଶ ପାଇଁ କ୍ରିକେଟ ଖେଳିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହାସହ ସେ ବିସିସିଆଇ, ୟୁପି କ୍ରିକେଟ ଆସୋସିଏସନ ଓ ଆଇପିଏଲରେ ନିଜର ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପରକିଙ୍ଗିସକୁ ଧନ୍ୟବାଦ ଦେଇଛନ୍ତି ।












Click it and Unblock the Notifications