Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଦଳର ନୂତନ କୋଚ୍; କୋଚ ପଦବୀ ଛାଡିଲେ ଦିନେଶ ମୋଙ୍ଗିଆ

ପୁଣି ବଦଳିଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍ । ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଦଳର ନୂତନ କୋଚ୍ । ମାତ୍ର ଗୋଟିଏ ସିଜିନ ପରେ କୋଚ ପଦବୀ ଛାଡିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ।

ତାଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ବ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ବ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ । ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍‌ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ମୋଙ୍ଗିଆ ଓଡିଶା କ୍ରିକେଟ ପାଇଁ 2023-24 ଘରୋଇ ସିଜିନ୍‌ରେ ସଫଳତା ଆଣିଦେବେ ବୋଲି ଓସିଏ ଆଶା ରଖିଥିଲା । ହେଲେ ଗତ ସିଜିନ୍‌ରେ ଦଳ ଆଶାନୁରୂପ ପ୍ରଦର୍ଶନ ଦେଇପାରିନଥିଲା । ଏହାପରେ ମୋଙ୍ଗିଆଙ୍କ ଚୁକ୍ତିକୁ ଆଉ ବୃଦ୍ଧି ନକରି ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କ ଉପରେ ଭରସା ପ୍ରକଟ କରିଛି ଓସିଏ ।

ପୂର୍ବରୁ ବିଭିନ୍ନ ରାଜ୍ୟ ସଙ୍ଘ ଯେପରି ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ସଙ୍ଘର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଛନ୍ତି ସୁରେନ୍ଦ୍ର । ଦିନେଶ ମୋଙ୍ଗିଆଙ୍କ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକାଳ ଶେଷ ହେବାପରେ ଓସିଏର CAC (କ୍ରିକେଟ ପରାମର୍ଶ କମିଟି)ର ନିର୍ଦ୍ଦେଶକ୍ରମେ ଆଜି ଭାବେଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି ।

Surendra

ସେହିପରି ନଟରାଜ ବେହେରା ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ରହିଥିଲାବେଳେ ସିନିୟର ମହିଳା ଚୟନ କମିଟି ଅଧ୍ୟକ୍ଷା ରହିଛନ୍ତି ରଶ୍ମିତା ମହାନ୍ତି । ନୂଆ ପ୍ରଶିକ୍ଷକ ଓ ଚୟନ କମିଟି ଗଠନ କରିବା ପାଇଁ ଆଜି ଓସିଏରେ କ୍ରିକେଟ ପରାମର୍ଶ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଦୀର୍ଘ ସମୟର ଆଲୋଚନା ପରେ ନିଷ୍କର୍ସରେ ନୂଆ ପ୍ରଶିକ୍ଷକଙ୍କ ନାମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଂଘ ।

ତେବେ ମୁଖ୍ୟ କୋଚ୍ ପାଇଁ 10ରୁ ଊର୍ଦ୍ଧ୍ବ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+