ଆଇପିଏଲ୍‌ରେ ପ୍ରଥମ ଡବଲ ହେଡର: ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ୍‌ର ପ୍ରଥମ ଡବଲ ହେଡରରେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।

ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ ।

ସେହିପରି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ରାତି ୭ଟା ୩୦ରୁ ଖେଳାଯିବ।

rr vs srh csk vs mi

ସନ୍‌ରାଇଜର୍ସ ବେଶ୍ ଶକ୍ତିଶାଳୀ। ପୁଣି ଏହି ଦଳ ଘରୋଇ ପରିବେଶରେ ଖେଳିବ। ତେବେ ରାଜସ୍ଥାନ ରୟାଲ୍‌ସ ପାଖରେ ମଧ୍ୟ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ହାଇଦ୍ରାବାଦ ବିଜୟରୁ ତାର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ। ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ପାଇଁ ଏହି ଦଳ ଏଥର ବିଜେତା ହେବା ଦୌଡ଼ରେ ସାମିଲ ‌ହୋ‌ଇପାରେ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ। ଏଣୁ ଏହି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୂଆ ଆହ୍ବାନ ନେଇ ଆସିବ।

ରାଜସ୍ଥାନ ପାଖରେ ମଧ୍ୟ ସିମରନ୍ ହେଟମାୟର, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କ ଭଳି ଖେଳାଳି ଅଛନ୍ତି। ତେବେ ଏହି ଦଳ ବହୁ ବଡ଼ବଡ଼ ଖେଳାଳିଙ୍କୁ ନିଲାମ ପୁଲ୍‌କୁ ଛାଡ଼ି ଦେଇଥିବାରୁ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରେ।

ଗତବର୍ଷ କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍‌ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ହରାଇଥିଲା। ଏଥର ରାଜସ୍ଥାନ ସେହି ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଦୁଇ ଲୋକପ୍ରିୟ ଦଳ। ଏଣୁ ରବିବାର ଏହି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ବହୁ ଦିନ ପରେ କ୍ରିକେଟ୍‌କୁ ଫେରିବାକୁ ଯ‌ାଉଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ଦେଖିବାକୁ କ୍ରିକେଟ୍‌ପ୍ରେମୀ ଚାତକ ଭଳି ଚାହି ରହିଛନ୍ତି।

ମୁମ୍ବାଇର ନେତୃତ୍ବ ସୂର୍ଯ୍ୟକୁମାର ଯାଦବ ନେବାକୁ ଯାଉଥିବାରୁ ତାଙ୍କ ଉପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମର୍ଥକଙ୍କର ବିଶେଷ ନଜର ରହିବ। ଚେନ୍ନାଇର ନେତୃତ୍ବ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ନେବେ। ହେଲେ ସବୁ ନଜର ଧୋନିଙ୍କ ଉପରେ ହିଁ ରହିବ।

ଚେନ୍ନାଇ ଓ ମୁମ୍ବାଇ ଅତୀତରେ ଅନେକ ସ୍ମରଣୀୟ ଲଢ଼େଇ ଲଢ଼ିଛନ୍ତି। ଆଇପିଏଲ୍‌ରେ ଦୁଇ ଦଳ ୩୭ଥର ପରସ୍ପରକୁ ଭେଟିଛନ୍ତି। ବିଜୟ ପରିସଂଖ୍ୟାରେ କିନ୍ତୁ ମୁମ୍ବାଇ ସାମାନ୍ୟ ଆଗରେ ରହିଛି। ସେଥିମଧ୍ୟରୁ ମୁମ୍ବାଇ ୨୦ ମ୍ୟାଚ୍ ଜିତିଥିଲା ବେଳେ ଚେନ୍ନାଇ ୧୭ ମ୍ୟାଚ୍ ଜିତିଛି।

ମୁମ୍ବାଇ ୫ଥର ବିଜେତା ହୋଇଥିଲା ବେଳେ ଥରେ ଉପବିଜେତା ହୋଇଛି। ଏହି କ୍ଷେତ୍ରରେ ଚେନ୍ନାଇ କିନ୍ତୁ ଆଗୁଆ ରହିଛି। ଚେନ୍ନାଇର ସ୍ପିନ୍‌କୁ ସୁହାଉଥିବା ପିଚ୍‌ରେ ଉଭୟ ନିଜ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ଯିଏ ଏହି କ୍ଷେତ୍ରରେ ଶକ୍ତିଶାଳୀ ଥିବ, ସେ ପ୍ରତିପକ୍ଷ ଉପରେ ଭାରି ପଡ଼ିବ।

ଗତବର୍ଷର ମେଗା ନିଲାମରେ ଆର ଅଶ୍ବିନ, ନୁର୍ ଅହମଦ, ଶ୍ରେୟସ୍ ଗୋପାଳ ଓ ଦୀପକ ହୁଦାଙ୍କ ଭଳି ଖେଳାଳିଙ୍କୁ ନେଇ ନିଜ ସ୍ପିନ୍ ବାହିନୀକୁ ସୁଦୃଢ଼ କରିପାରିଛି। ମୁମ୍ବାଇ ତାର ପ୍ରମୁଖ ବୋଲର ଯଶପ୍ରୀତ୍ ବୁମ୍‌ରା ଏବଂ ନିୟମିତ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଏହି ମ୍ୟାଚ୍ ଖେଳିବ।

ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର ଓ ରିସ୍ ଟପ୍‌ଲେ ଏହି ଦଳର ବୋଲିଂ ବାହିନୀ ସମ୍ଭାଳିବେ। ଚେନ୍ନାଇର ପାଳି ରାଚିନ ରବୀନ୍ଦ୍ର ଓ ଅଧିନାୟକ ଗାଏକ୍ବାଡ୍ ଆରମ୍ଭ କରିବେ। ଦକ୍ଷିଣ ଆଫ୍ରିକୀୟ ରିୟାନ ରିକେଲ୍‌ଟନଙ୍କୁ ନେଇ ରୋହିତ ଶର୍ମା ପାଳି ଆରମ୍ଭ କରିବେ।

ଘରୋଇ ପରିବେଶ ଓ ଭଲ ସ୍ପିନର୍‌ଙ୍କ ପାଇଁ ଚେନ୍ନାଇ ଫେବରିଟ୍ ଦଳ ଭାବେ ଏହି ମ୍ୟାଚ୍‌କୁ ଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଚେନ୍ନାଇ ୫ଥର ଆଇପିଏଲ୍ ବିଜେତା ହୋଇଥିଲା ବେଳେ ସେହି ୫ଥର ଫାଇନାଲ୍ ଖେଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+