ଆଗକୁ ଆଇପିଏଲ; ନାକେଦମ କଲେ ନାରିନ୍
ନାରାୟଣ.. ନାରାୟଣ... ନାକେଦମ କଲେ ନାରିନ୍ । ଆଗକୁ ଅଛି ଆଇପିଏଲ । ଏବେଠୁ ନମୁନା ଦେଖାଇଲେଣି ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ସୁନୀଲ ନାରିନ ।

Sunil Narine 7 Overs, 7 Maidens, 7 Wickets: ୭ ଓଭର ବୋଲିଂ, ୭ ଓଭର ମେଡେନ୍ ଆଉ ୭ ୱିକେଟ୍ । ନାରାୟଣ.. ନାରାୟଣ... ନାକେଦମ କଲେ ନାରିନ୍ । ଆଗକୁ ଅଛି ଆଇପିଏଲ । ଏବେଠୁ ନମୁନା ଦେଖାଇଲେଣି ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ସୁନୀଲ ନାରିନ ।
ନିକଟରେ ନିଜ ଦେଶରେ ଖେଳା ଯାଇଥିବା ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ ନାରିନ୍ ୭ ଓଭର ବୋଲିଂ କରି ସମସ୍ତ ୭ ଓଭର ଯାକ ମେଡେନ କରିଥିଲେ । ଏଥିସହିତ ସେ ୭ ୱିକେଟ ମଧ୍ୟ ନେଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ୱିନ୍ସ ପାର୍କ କ୍ରିକେଟ କ୍ଲବର ତରଫରୁ ଖେଳି ସୁନିଲ ନାରିନ କ୍ଲାର୍କ ରୋଡ ୟୁନାଇଟେଡ ବିପକ୍ଷରେ ନିଜ ଆକ୍ରାଣାତ୍ମକ ରୂପ ଦେଖାଇଥିଲେ । ତାଙ୍କର ଏହି ଦୁର୍ଦ୍ଦଶ ବୋଲିଂ ଯୋଗୁଁ ବିପକ୍ଷ ଦଳ ମାତ୍ର ୭୬ ରନରେ ଅଲଆଉଟ ହୋଇ ଯାଇଥିଲା ।
ତେବେ ସେ ଆଗରୁ ଏଭଳି ଅନେକ କାରନାମା କରି ଦେଖାଇଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ହେଉ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ ସବୁଥିରେ ପ୍ରଭାବ ବିସ୍ତାର କରିଛନ୍ତି ସୁନୀଲ ନାରିନ । ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ବୋଲର ହେଉଛନ୍ତି ନାରିନ । ୩୪ ବର୍ଷିୟ ସୁନୀଲ ନାରିନଙ୍କୁ ଆଇପିଏଲର ମିଷ୍ଟ୍ରି ବୋଲର ବୋଲି କୁହାଯାଏ ।
ସେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୮ଟି ମ୍ୟାଚ୍ ଖେଳିଥିବା ବେଳେ ୧୫୨ଟି ୱିକେଟ ନେଇଛନ୍ତି । ଯେଉଁଥିରେ ସେ ୭ ଥର ୪ଟି ୱିକେଟ ନେଇଥିବା ବେଳେ ଥରେ ୫ ୱିକେଟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ୬୫ ଦିନିକିଆରୁ ୯୨ ୱିକେଟ, ୫୧ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳି ୫୨ ୱିକେଟ ଓ ୬ଟି ଟେଷ୍ଟ ମ୍ୟାଚ୍ ଖେଳି ୨୧ଟି ୱିକେଟ ନେଇଛନ୍ତି । ସେ କୋଲକାତା ନାଇଟ ରାଇଡର ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ଆଉ ଏବେ ଯାଏଁ ସେ ଗୋଟିଏ ଦଳ ପାଇଁ ଖେଳି ଆସୁଛନ୍ତି ।












Click it and Unblock the Notifications