ଗୌତମ ଗମ୍ଭୀରଙ୍କ ପାଦ ଚାଟିବା ଉଚିତ୍ ନୁହେଁ : ଗାଭାସ୍କର
ଗୌତମ ଗମ୍ଭୀରଙ୍କ କୋଚିଂରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି। ବିଶେଷକରି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଟିମ ଇଣ୍ଡିଆ ଜବରଦସ୍ତ ଢଙ୍ଗରେ ଜିତିଥିଲା। ଏହି ମ୍ୟାଚରେ ପ୍ରଥମ ତିନି ଦିନ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ପରେ ଶେଷ ଦୁଇ ଦିନରେ ସମ୍ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଏବଂ ଏହା ସତ୍ତ୍ୱେ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥିଲା।
ପୂର୍ବତନ ଓପନର୍ ଗୌତମ ଗମ୍ଭୀର ପ୍ରଶିକ୍ଷକ ନିଯୁକ୍ତ ହେବା ସହ ଭାରତୀୟ କ୍ରିକେଟ୍ରେ ନୂଆ ପରମ୍ପରା ଆରମ୍ଭ ହୋଇଛି। ଆଗାମୀ ଦିନ ଲାଗି ଏକ ଯୁବ ଦଳ ଗଢ଼ିବା କାର୍ଯ୍ୟ ବି ଆରମ୍ଭ ହୋଇଛି। ଗ୍ବାଲିୟରରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଏହାର ଝଲକ ଦେଖିବାକୁ ମିଳିଛି।
ବ୍ୟକ୍ତିଗତ ସ୍ବାର୍ଥ ପାଇଁ କିଛି ଲୋକ ଗମ୍ଭୀରଙ୍କ ପାଦ ଚାଟୁଛନ୍ତି: ଗାଭାସ୍କର
ନିକଟରେ ସୁନୀଲ ଗାଭାସ୍କର ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ଟିମ ଇଣ୍ଡିଆର ଆକ୍ରମଣାତ୍ମକ ଚିନ୍ତାଧାରା ପାଇଁ ରୋହିତ ଶର୍ମାଙ୍କୁ ଶ୍ରେୟ ଦିଆଯିବା ଉଚିତ୍। ଏଥିପାଇଁ ଗମ୍ଭୀରଙ୍କୁ ଶ୍ରେୟ ଦେବା ଠିକ୍ ନୁହେଁ। ଅଯଥା ତାଙ୍କ ପାଦ ଚାଟିବା ଅନାବଶ୍ୟକ। ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ମାସ ବିତିଗଲାଣି। ସେ ନିଜେ ମ୍ୟାକକୁଲମଙ୍କ ଷ୍ଟାଇଲ୍ରେ ଦ୍ରୁତ ଗତିରେ ବ୍ୟାଟିଂ କରି ନ ଥିଲେ। ରୋହିତ ଶର୍ମା ନିଶ୍ଚିତ ଭାବରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ସେ ନିଜ ପାଇଁ ନୁହେଁ ବରଂ ଦଳ ପାଇଁ ବ୍ୟାଟିଂ କରନ୍ତି। କାନପୁର ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ହିଁ ବାଂଲାଦେଶ ଉପରେ ଆକ୍ରମଣ କରିଥିଲେ ଏବଂ ଏହା ପରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ।

ସୁନୀଲ ଗାଭାସ୍କର ମଧ୍ୟ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି, କାନପୁର ଟେଷ୍ଟରେ ବିଜୟ ସହ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ପାଇଁ ଆବଶ୍ୟକ ପଏଣ୍ଟ ପାଇଛି। ଏହି ମ୍ୟାଚ ଜିତିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦଳ ଜାଣିଥିଲା। ସେହି ଅନୁସାରେ ଖେଳିଲା। ଗାଭାସ୍କରଙ୍କ ଅନୁଯାୟୀ, ଯଦି ଏହା ହୋଇନଥାନ୍ତା ତେବେ ସେ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳିଥାନ୍ତେ। ତେଣୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଭଳି ଟୁର୍ନାମେଣ୍ଟ ଆୟୋଜନ କରିବା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ। ଏହା ଟେଷ୍ଟ କ୍ରିକେଟ୍କୁ ନୂଆ ଜୀବନ ଦେଇଛି।












Click it and Unblock the Notifications