Get Updates
Get notified of breaking news, exclusive insights, and must-see stories!

ସନ୍ୟାସରୁ ଫେରିଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ, ବଦଳାଇଲେ ନିଷ୍ପତ୍ତି

ଖେଳରେ ସନ୍ୟାସ ଘୋଷଣା ଓ ପରେ ପ୍ରତ୍ୟାବର୍ତ୍ତନର ଅନେକ ଉଦାହରଣ ରହିଛି । ଏହିକ୍ରମରେ ଆଉ ଜଣେ ଭାରତୀୟ ଖେଳାଳି ଏବେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଭାରତର ମହାନ ଫୁଟବଲର ତଥା ପୂର୍ବତନ କ୍ୟାପ୍ଟେନ ସୁନୀଲ ଛେତ୍ରୀ ସନ୍ୟାରୁ ଫେରୁଥିବା ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆର କ୍ୱାଲିଫିକେସନ ହାସଲ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଅଖିଳ ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ) ଗୁରୁବାର ଏହି ଘୋଷଣା କରିଛି।

ସୁନୀଲ ଛେତ୍ରୀ ଗତବର୍ଷ ଜୁନ ୬ ତାରିଖରେ କୁଏତ ବିପକ୍ଷରେ ମ୍ୟାଚ୍ ପରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିୟରକୁ ବିରାମ ଦେଇଥିଲେ। ତେବେ ସୁନୀଲ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଇଣ୍ଟରନ୍ୟାସନାଲ ମ୍ୟାଚ୍ ୱିଣ୍ଡୋରେ ଉପଲବ୍ଧ ହେବେ। ଫିଫା ଇଣ୍ଟରନ୍ୟାସନାଲ ମ୍ୟାଚ୍ ୱିଣ୍ଡୋ ଲାଗି ଭାରତୀୟ ଟିମ୍ ୧୯ ମାର୍ଚ୍ଚରେ ମାଲଦ୍ୱୀପ ସହିତ ଫ୍ରେଣ୍ଡଲୀ ମ୍ୟାଚ୍ ରୁ ଆରମ୍ଭ କରିବ। ଏହା ପରେ ମାର୍ଚ୍ଚ ୨୫ରେ ଏଏଫସି ଏସିୟ କପ୍ ତୃତୀୟ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷରେ ଷ୍ଟାଡିୟମକୁ ଓହ୍ଲାଇବ।

Sunil Chhetri

ଏହି ଦୁଇଟିଜାକ ମ୍ୟାଚ୍ ମେଘାଳୟ ସିଲାଂର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବ। ଏଆଇଏଫଏ ତାଙ୍କ ସୋସିଆଲ ମିଡିଆ ଏକ୍ସ ରେ ସୁନୀଲ ଛେତ୍ରୀଙ୍କ ଫଟୋ ସେୟାର କରି 'କ୍ୟାପ୍ଟେନ, ଲିଡର ଓ ଦିଗ୍ଗଜ ସୁନୀଲ ଭାରତୀୟ ନ୍ୟାସନାଲ ଟିମ ରେ ଫିଫା ଇଣ୍ଟରନ୍ୟାସନାଲ ୱିଣ୍ଡୋ ଲାଗି ପ୍ରତ୍ୟାବର୍ତ୍ତନ କରିବେ' ବୋଲି ଉଲ୍ଲେଖ କରିଛି। ସୁନୀଲ ଛେତ୍ରୀ ଭାରତର ମହାନତମ ଫୁଟବଲରଙ୍କ ମଧ୍ୟରୁ ଜଣେ। ଇଣ୍ଟରନ୍ୟାସନାସ ଗୋଲ ମାମଲାରେ ଛେତ୍ରୀ କ୍ରିଷ୍ଟିୟାନୋ ରୋନାଲ୍ଡୋ ଏବଂ ଲିୟୋନେଲ ମେସିଙ୍କ ଲିଷ୍ଟରେ ଅଛନ୍ତି।

ଛେତ୍ରୀ ୨୦୦୫ ମସିହାରେ ଭାରତ ନିମନ୍ତେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଡେବ୍ୟୁ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଥିଲା ଓ ସେ ଏହି ମ୍ୟାଚରେ ତାଙ୍କର ପ୍ରଥମ ଗୋଲ ମଧ୍ୟ ସ୍କୋର କରିଥିଲେ। ତେବେ ଭାରତୀୟ ଟିମରେ ଖେଳିବା ପୂର୍ବରୁ ସୁନୀଲ ଛେତ୍ରୀ ତାଙ୍କ ପେଷାଦାର କ୍ୟାରିୟର ମୋହନବାଗାନ ସହିତ ୨୦୦୨ ମସିହାରେ ଆରମ୍ଭ କରିଥିଲେ। ଏହା ପରେ ସେ ଲଗାତାର ଦମଦାର ଖେଳ ଖେଳି ୨୦୦୭, ୨୦୦୯ ଓ ୨୦୧୨ନେହେରୁ କପ ଓ ୨୦୧୧, ୨୦୧୫, ୨୦୨୧ ଓ ୨୦୨୩ ଏସଏଏଫଏଫ ଚାମ୍ପିୟନସିପ୍ ଜିତିବାରେ ସହାୟତା କରିଥିଲେ। ସେ ୨୦୦୮ ଏଏଫସି ଚ୍ୟାଲେଞ୍ଜ କପରେ ଭାରତକୁ ବିଜୟୀ କରିଥିଲେ। ଫଳରେ ଭାରତ ୨୭ ବର୍ଷ ପରେ ଏଏଫସି କ୍ୱାଲିଫାଏ କରିବାରେ ସକ୍ଷମ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+