କ୍ୟାରିୟରର ସର୍ବଶ୍ରେଷ୍ଠ ବିଜୟ ହାସଲ କଲେ ସୁମିତ୍ ନାଗାଲ !
ଆର୍ଜେଣ୍ଟିନା ଓପନ୍ ଏଟିପି 250 ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସୁମିତ ନାଗାଲ୍ ବିଶ୍ୱର 22 ନମ୍ବର ଖେଳାଳି କ୍ରିଷ୍ଟିଆନ୍ ଗାରିନଙ୍କୁ 6-4, 6-3 ରେ ପରାସ୍ତ କରି ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ଟୁର୍ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ।
Sumit Nagal enters ATP tour quarterfinal: ବୁଧବାର ବୁଏନୋସ୍ ଆଇରେସରେ ଆର୍ଜେଣ୍ଟିନା ଓପନ୍ ଏଟିପି 250 ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସୁମିତ ନାଗାଲ୍ ବିଶ୍ୱର 22 ନମ୍ବର ଖେଳାଳି କ୍ରିଷ୍ଟିଆନ୍ ଗାରିନଙ୍କୁ 6-4, 6-3 ରେ ପରାସ୍ତ କରି ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ଟୁର୍ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ।
First top 25 win ✅@ArgentinaOpen pic.twitter.com/3YhTOfkbcF
— Sumit Nagal (@nagalsumit) March 4, 2021
ଏଟିପି ଟୁରରେ ଏହା 23 ବର୍ଷୟ ସୁମିତଙ୍କ ସବୁଠାରୁ ବଡ ବିଜୟ ବୋଲି କୁହାଯାଇପାରେ । ନାଗାଲ ସ୍ପେନର ଆଲବର୍ଟ ରାମୋସ-ଭିନୋଲାସଙ୍କ ବିପକ୍ଷରେ ଏଟିପି ଟୁରର ପ୍ରଥମ କ୍ୱାର୍ଟରଫାଇନାଲ ଖେଳିବେ ।

ନାଗାଲ ନିକଟ ଅତୀତରେ ଲିଥୁଆନିସର ରିକାର୍ଡାସ୍ ବେରାନକିଙ୍କ ଠାରୁ 2-6, 5-7, 3-6 ସେଟରେ ଅଷ୍ଟ୍ରେଲିଆ ଓପନର ପ୍ରଥମ ରାଉଣ୍ଡ ପରାଜୟ ପାଇଥିଲେ । ତେବେ ଏହି ଏଟିପି ଟୁରରେ ନାଗାଲଙ୍କ କ୍ୱାର୍ଟରଫାଇନାଲ ପ୍ରବେଶ ଭାରତୀୟ ଟେନିସ ଜଗତ ପାଇଁ ପ୍ରଥମ ହେବ ।












Click it and Unblock the Notifications