Get Updates
Get notified of breaking news, exclusive insights, and must-see stories!

ପେଟରେ ଗୋଟିଏ କିଡନୀ ଥାଇ ବି ହୋଇଥିଲେ ବିଶ୍ବବିଜୟୀ, ପଢନ୍ତୁ, ଆଥଲେଟ ଅଞ୍ଜୁଙ୍କ ସଙ୍ଘର୍ଷର କାହାଣୀ

2003 ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ (ପ୍ୟାରିସ୍) ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡା ଇତିହାସରେ ଗୌରବ ମୟ ପୃଷ୍ଠା ଯୋଡିଥିଲେ ଅଞ୍ଜୁ ବବି ।

ନୂଆଦିଲ୍ଲୀ: ଯଦି କୌଣସି କାମକୁ ନିଷ୍ଠାର ସହ ପ୍ରତିପାଦନ କରାଯାଏ । ସେଠାରେ ଅସମ୍ଭବ କାମ ବି ସମ୍ଭବ ହୋଇଥାଏ । ଅଲିମ୍ପିଆନ୍ ଅଞ୍ଜୁ ବବିଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି । 2003 ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ (ପ୍ୟାରିସ୍) ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡା ଇତିହାସରେ ଗୌରବ ମୟ ପୃଷ୍ଠା ଯୋଡିଥିଲେ ସେ । ଦେହରେ ଗୋଟିଏ କିଡନୀ ଥାଇ ମଧ୍ୟ ସେ ସଫଳତା ହାସଲ କରିଥିଲେ ।

Anju Bobby

IAAF ୱାର୍ଲ୍ଡ ଆଥଲେଟିକ୍ସ ଫାଇନାଲ୍ (ମୋନାକୋ 2005)ରେ ସ୍ୱର୍ଣ୍ଣ ପଦକ ବିଜେତା ରହିଛନ୍ତି ଅଞ୍ଜୁ । ସେ କହିଛନ୍ତି, ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଦିଆଯାଉଥିବା ଆଣ୍ଟିବାୟୋଟି ବି ସେ ନେଇ ପାରୁ ନଥିଲେ । କାରଣ ଏହାର ସାଇଡ ଇଫେକ୍ଟରେ ତାଙ୍କର ଆଲାର୍ଜି ହେଉଥିଲା । ଏହିପରି ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ସେ ଶିଖରରେ ପହଞ୍ଚିଥିଲେ | ଅଞ୍ଜୁ ଟ୍ୱିଟ୍ କରି କହିଛନ୍ତି, 'ଏହାକୁ ବିଶ୍ବାସ କର ବା ନକର, ମୁଁ ସେହି ଭାଗ୍ୟବାନ ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ ଗୋଟିଏ କିଡନୀ ସାହାଯ୍ୟରେ ଶିଖରରେ ପହଞ୍ଚିଛି। ଦୌଡ ସମୟରେ ମୋର ଆଗ ଗୋଡ ସଠିକ୍ ଭାବରେ କାମ କଲା ନାହିଁ । ସେଠାରେ ଅନେକ ଅସୁବିଧା ଥିଲା, କିନ୍ତୁ ସେତେବେଳେ ମଧ୍ୟ ମୁଁ ସଫଳତା ହାସଲ କଲି ।

ସୂଚନାଥାଉ କି, ଅଞ୍ଜୁ ତାଙ୍କ ସ୍ୱାମୀ ରବର୍ଟ ବବି ଜର୍ଜଙ୍କଠାରୁ କୋଚିଂ ନେଉଥିଲେ। ଏହା ପରେ ସେ ସଫଳତା ହାସଲ କରିଥିଲେ | ଅଞ୍ଜୁଙ୍କ ଟ୍ୱିଟକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉତ୍ସର୍ଗୀକୃତ ପ୍ରଶିକ୍ଷକ ତଥା ସମଗ୍ର ବୈଷୟିକ ଦଳର ସହଯୋଗରେ ଅଞ୍ଜୁ ଭାରତର ନାମ ଉଚ୍ଚା କରିଛନ୍ତି । ଏହା ତାଙ୍କର କଠିନ ପରିଶ୍ରମ, ଧର୍ଯ୍ୟ ଏବଂ ପ୍ରତିବଦ୍ଧତା ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି। 2004 ଅଲିମ୍ପିକ୍ ଗେମ୍ସରେ ଅଞ୍ଜୁ ଷଷ୍ଠ ସ୍ଥାନ ହାସଲ କରିଥିଲେ । ସେହି ସମୟ ମଧ୍ୟରେ ସେ 6.83 ମିଟର ଲମ୍ଫ ଦେଇଥିଲେ । କିନ୍ତୁ ଆମେରିକାର ମାରିଆନ୍ ଜୋନ୍ସ ଅଯୋଗ୍ୟ ହେବା ପରେ ଅଞ୍ଜୁ 2007 ରେ ପଞ୍ଚମ ସ୍ଥାନରେ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+