Subhadra Yojana: ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ । ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ଯୋଜନା ଆବେଦନର ଡେଡଲାଇନ ବୋଲି ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି ।

୧ କୋଟି ୫୬ ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଶେଷ ତାରିଖ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Subhadra Yojana

ତେବେ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ । କିନ୍ତୁ ସମସ୍ତ ମହିଳାଙ୍କୁ ଏକାଥରେ ଟଙ୍କା ମିଳିବ ନାହିଁ । ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ । ତେବେ ଟଙ୍କାକୁ ନେଇ ବ୍ୟସ୍ତ କିମ୍ବା ବ୍ୟାଙ୍କ ଆଗରେ ଭିଡ ଲଗାନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । କିନ୍ତୁ ଏଥିରୁ ଅନେକ ବାଦ ପଡିଛନ୍ତି । ତେବେ ଏହି ହିତାଧିକାରୀଙ୍କୁ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଭାତି ପରିଡା । ବ୍ୟାଙ୍କ ମିତ୍ର ଏନେଇ ତାଲିକା ପ୍ରସ୍ତୁତ କରିବେ ଏବଂ ମହିଳାଙ୍କ ନିକଟକୁ ଯାଇ ସମସ୍ୟା ଦୂର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+