ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରୁ କ୍ରିକେଟରେ ଲାଗୁ ହେବ ‘ଷ୍ଟପ କ୍ଲକ’ ନିୟମ; କ'ଣ କହୁଛି ଏହି ନିୟମ ?

Stop-clock in Cricket: କ୍ରିକେଟରେ ଲାଗୁ ହେବ ଆଉ ଏକ ନୂଆ ନିୟମ । ଦିନକୁ ଦିନ ନୂଆ ନୂଆ ନିୟମ ଆସୁଛି । ତେବେ ଏହି ନିୟମ କିଛି ଅଲଗା ରହିଛି । ୬ ମାସ ପାଇଁ ଏହାକୁ ପରୀକ୍ଷା କରାଯିବ । ଏହି ନିୟମର ନାମ 'ଷ୍ଟପ କ୍ଲକ' ରଖାଯାଇଛି । ଯାହା ଭୁଲ କଲେ ଦେବେ ଫାଇନ୍‌ !

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ ହେବ । ଏହି ନିୟମ ଆସନ୍ତା ୬ ମାସ ପାଇଁ ବିଭିନ୍ନ ଟି-୨୦ ଫର୍ମାଟରେ ପରୀକ୍ଷା କରାଯିବ । ଯଦି ଏହା ଖେଳ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ଏବଂ ଏହାର ଫାଇଦା ହେବ, ତେବେ ଏହାକୁ ଟି-୨୦ ଏବଂ ଦିନିକିଆରେ ସ୍ଥାୟୀ କରାଯିବ ।

Stop-clock_rule

'ଷ୍ଟପ କ୍ଲକ' ନିୟମ କ'ଣ ?

ଏହି ନିୟମ ଅନୁସାରେ ବୋଲିଂ ଦଳକୁ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଓଭର ବୋଲିଂ କରିବାକୁ ପଡ଼ିବ । ଗୋଟିଏ ଓଭର ଶେଷ ହେବା ମାତ୍ରେ ତୃତୀୟ ଅମ୍ପାୟାରଙ୍କ ଘଣ୍ଟା ଆରମ୍ଭ ହେବ । ଘଣ୍ଟାଟି ଷ୍ଟାଡିୟମର ବଡ ପରଦାରେ ଚାଲିବ । ଯଦି ବୋଲିଂ ଦଳ ୬୦ ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଓଭର ଆରମ୍ଭ ନ କରନ୍ତି, ତେବେ ବୋଲିଂ ଦଳ ଉପରେ ୫ ରନ୍‌ର ପେନାଲ୍ଟି ଲାଗୁ ହେବ । ତେବେ ଏଥିପାଇଁ ପ୍ରତି ଦଳକୁ ଦୁଇଥର ସୁଯୋଗ ଦିଆଯିବ । ହେଲେ ତା ପରେ ଦଣ୍ଡ ଲାଗୁ ହେବ । ଅର୍ଥାତ୍‌ ବ୍ୟାଟିଂ ଟିମକୁ ଅତିରିକ୍ତ ୫ ରନ ଦିଆଯିବ।

ବ୍ୟାଟିଂ ଦଳ ପାଇଁ କ'ଣ ନିୟମ ?

'ଷ୍ଟପ କ୍ଲକ' ନିମୟ ଅନୁଯାୟୀ ଯଦି ଜଣେ ବ୍ୟାଟର ୱିକେଟ ପଡ଼ିବା କିମ୍ବା ରିଟାୟର ହର୍ଟ ହେବାର ଦୁଇ ମିନିଟ ଭିତରେ ନୂତନ ବ୍ୟାଟର କ୍ରିଜକୁ ଆସି ପ୍ରଥମ ବୋଲିଂ ନ ଖେଳନ୍ତି ତେବେ ତାଙ୍କୁ ଆଉଟ ଘୋଷଣା କରାଯିବ । ଏହି ଆଉଟକୁ ଟାଇମ ଆଉଟ ଭାବେ ଗଣାଯିବ । ଏହା ସହିତ ବ୍ୟାଟିଂ ଦଳ ଯଦି ସମୟ ନଷ୍ଟ କରେ, ତେବେ ଯେତେବେଳେ ସେହି ଦଳ ବୋଲିଂ କରିବାକୁ ପଡ଼ିଆକୁ ଆସିବ, ସେତେବେଳେ ଉପଲବ୍ଧ ଥିବା ସମୟରୁ କଟାଯିବ । ଏଭଳି ପରିସ୍ଥିତିରେ ତାଙ୍କୁ ଦୁଇଟି ଓଭର ମଧ୍ୟରେ ୬୦ ସେକେଣ୍ଡରୁ କମ ସମୟ ବାକି ରହିବ ।

ତେବେ ଏହି ନିୟମ କେବଳ ହ୍ବାଇଟ୍‌ ବଲ ସହିତ ଖେଳାଯାଇଥିବା କ୍ରିକେଟ ଫର୍ମାଟରେ ପ୍ରଯୁଜ୍ୟ ହେବ । ଏହାର ଅର୍ଥ ଟେଷ୍ଟ କ୍ରିକେଟରେ ଏହି ନିୟମ ପ୍ରବର୍ତ୍ତିତ ହେବ ନାହିଁ । ୬ମାସର ପରୀକ୍ଷା ପରେ, ଏହି ନିୟମର ସୁବିଧା ଏବଂ ତ୍ରୁଟିର ସମ୍ପୂର୍ଣ୍ଣ ବିଶ୍ଳେଷଣ ହେବ ଏବଂ ତା'ପରେ ଏହାକୁ ଆଗକୁ ବଢାଇ ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+