Get Updates
Get notified of breaking news, exclusive insights, and must-see stories!

ଭାରତକୁ ୧୧୦ ରନରେ ହରାଇଲା ଶ୍ରୀଲଙ୍କା, ଜିତିଲା ସିରିଜ

କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ହାରିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍ ମଧ୍ୟରେ ଶ୍ରୀଲଙ୍କା ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା।

ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି। ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟିମ ଇଣ୍ଡିଆ ସହ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଦଳ ତାଙ୍କ କୋଚିଂରେ ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିଲା।

ହେଲେ ଦିନିକିଆ ସିରିଜରେ ଦଳ ମାଟି କାମୁଡ଼ିଛି। ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା। କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ଭାରତ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇଛି। ଧାର୍ଯ୍ୟ ୨୪୯ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ୨୬.୧ ଓଭରରେ ୧୦ ୱିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା।

Sri Lanka

ରୋହିତ ଶର୍ମା ୩୫ ରନ୍ କରିଥିବାବେଳେ ବିରାଟ କୋହଲି ୨୦ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୧୫ ଏବଂ ୱାଶିଂଟନ ସୁନ୍ଦର ୩୦ ରନ୍ କରିଥିଲେ। ଅନ୍ୟ ୭ ଜଣ ବ୍ୟାଟ୍ସମ୍ୟାନ ଏକ ଅଙ୍କରେ ରହିଥିଲେ। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିଲା। ଗତ ଦୁଇଟି ମ୍ୟାଚ୍ ତୁଳନାରେ ଏଥର ଶ୍ରୀଲଙ୍କା ଓପନରମାନେ ନିଜ ଦଳର ଭଲ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡିଥିଲେ।

କିନ୍ତୁ ପୃଥମ୍ ନିସଙ୍କା ୪୫ ରନ୍ କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିବାବେଳେ ଅଭିସ୍କା ଫର୍ନାଣ୍ଡୋ ୯୬ କରି ଶତକରୁ ବଞ୍ଚିତ ହୋଇଥିଲେ। ସେ ପାଭିଲୟନକୁ ଫେରିବା ପରେ କୁସାଲ ମେଣ୍ଡିସ ୫୯ ରନ୍ କରିଥିଲେ। ସେ ଗୋଟିଏ ପଟେ ରହିଥିବାବେଳେ ୱିକେଟର ପତନ ଜାରି ରହିଥିଲା। କାମିଣ୍ଡୁ ମେଣ୍ଡିସ୍ ୨୩ ରନ୍ କରିଥିଲେ। ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+