ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୧୯୯୬ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । କ୍ୱାଲିଫାୟର୍ସରେ ଶ୍ରୀଲଙ୍କା ୯ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ଟିକେଟ କାଟିଛି ।

ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଜିମ୍ବାୱେକୁ ୯ ୱିକେଟରେ ହରାଇ ବିଶ୍ଵକପରେ ନିଜର ସ୍ଥାନ ସୁନିଶ୍ଚିତ କରିଛି ଶ୍ରୀଲଙ୍କା। ବୁଲାୱାୟୋରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଦଳ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୬୬ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୩୩.୧ ଓଭରରେ ୧ ୱିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

Sri Lanka

ଦଳ ପକ୍ଷରୁ ପଶୁମ ନିଶଙ୍କା ୧୦୨ ବଲରେ ୧୦୧ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମହୀଶ ତୀକ୍ଷାଣା ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ଦିଲସାନ ମଧୁଶଙ୍କା ୩ ଓ୍ଵିକେଟ୍ ନେଇ ଆୟୋଜକ ଜିମ୍ବାଓ୍ଵେର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମଥିଶା ପଥିରାନା ୨ ୱିକେଟ୍ ନେଇଥିଲେ। ଏକଦା ୪ ୱିକେଟ୍ ହରାଇ ୧୨୭ ରନ କରିଥିବା ଜିମ୍ବାୱି ୩୯ ରନ ଭିତରେ ଶେଷ ୬ ୱିକେଟ୍ ହରାଇଥିଲେ।

ସୁପର ୬ ରାଉଣ୍ଡରେ ଶ୍ରୀଲଙ୍କାର ଏହା କ୍ରମାଗତ ୪ର୍ଥ ବିଜୟ । ଶ୍ରୀଲଙ୍କାକୁ ମିଶାଇ ବର୍ତ୍ତମାନ ୯ଟି ଟିମ ବିଶ୍ୱକପ ଯୋଗ୍ୟତା ହାସଲ କରିଛନ୍ତି । ବର୍ତ୍ତମାନ ସ୍ଥିତି ଅନୁସାରେ ଶ୍ରୀଲଙ୍କା ୨ ନଭେମ୍ବରରେ ୱାଙ୍ଖେଡରେ ଭାରତକୁ ଭେଟିପାରେ । ମାତ୍ର ସମସ୍ତ ମ୍ୟାଚ ଶେଷ ହେବା ପରେ ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ ହେବ । ଜିମ୍ବାୱେ ଓ ସ୍କଟଲାଣ୍ଡ ମଧ୍ୟରେ ଏବେ ବିଶ୍ୱକପ ମୂଖ୍ୟ ଡ୍ରରେ ସାମିଲ ହେବା ପାଇଁ କଡା ମୁକାବିଲା ହେବ ।

କହିରଖୁ କି, ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ୍ ୨୦୨୩ । ଅକ୍ଟୋବର ୫ରୁ ବିଶ୍ଵକପ ଫାଇଟ୍ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ ୪୬ ଦିନରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ ।

ତେବେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ବିଶ୍ୱକପ ଅଭିଯାନ । ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା । ସେହିପରି ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଫାଇଟ୍ । ତେବେ ଏହିଠାରେ ହିଁ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+