SL vs PAK: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା । ଆଇସିସି ଦିନିକିଆ ବିଶ୍ୱକପର ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ଶ୍ରୀଲଙ୍କା ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ 2:00 PM IST ରେ ଆରମ୍ଭ ହେବ ।
ଏହି ସମୟରେ ପାକିସ୍ତାନ ନିକଟରେ ଶେଷ ହୋଇଥିବା ଏସିଆ କପରେ ପରାଜୟ ପାଇଁ ଶ୍ରୀଲଙ୍କାଠୁ ପ୍ରତିଶୋଧ ନେବାକୁ ଚାହୁଁଛି । ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ବିପକ୍ଷରେ ବାବର ଆଜାମ ଏବଂ ତାଙ୍କ ଦଳ ଏକ ଚମତ୍କାର ବିଜୟ ହାସଲ କରିଥିଲା । ଅନ୍ୟପକ୍ଷରେ ଏସିଆ କପ୍ର ଫାଇନାଲରେ ପରାଜୟ ପରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଛି । ପାକିସ୍ତାନ ପରି ଶ୍ରୀଲଙ୍କା ମଧ୍ୟ ଦୁଇଟି ଅଭ୍ୟାସ ମ୍ୟାଚ୍ ହାରିଛି ।

ପାକିସ୍ତାନ ବନାମ ଶ୍ରୀଲଙ୍କା ହେଡ ରେକର୍ଡ
ପାକିସ୍ତାନ ଏବଂ ଶ୍ରୀଲଙ୍କାର ରେକର୍ଡକୁ ନେଇ ଦୁଇ ଦଳ ଏପର୍ଯ୍ୟନ୍ତ 156 ଥର ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନ 92 ଟି ମ୍ୟାଚ ଜିତିଥିବାବେଳେ ଶ୍ରୀଲଙ୍କା 59 ଟି ମ୍ୟାଚ ଜିତିଛି। ଏହି ତଥ୍ୟ ଅନୁଯାୟୀ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଦୃଢ଼ ସ୍ଥିତିରେ ଅଛି ।
ପାକିସ୍ତାନ (ଏକାଦଶ ):
ଅବଦୁଲ୍ଲା ଶାଫିକ୍, ଇମାମ-ଉଲ-ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ କିପର), ସାଉଦ ଶାକିଲ, ଇଫ୍ଟିଖର ଅହମ୍ମଦ, ମହମ୍ମଦ ନୱାଜ, ଶାଦବ ଖାନ, ହାସନ ଅଲି, ଶାହିନ ଆଫ୍ରିଦି, ହରିସ ରାଉଫ
ଶ୍ରୀଲଙ୍କା (ଏକାଦଶ):
ପଥମ୍ ନିସଙ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ୍ (ୱିକେଟ କିପର), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦାସୁନ୍ ଶାନାକା (ଅଧିନାୟକ), ଡୁନିଥ୍ ୱେଲାଲେଜ୍, ମହେଶ ଥିକଶାନା, ମଥିଶା ପାଥିରାନା, ଦିଲଶାନ୍ ମଦୁଶଙ୍କା












Click it and Unblock the Notifications