Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2021: ବିଜୟ ସହ ରାଜସ୍ଥାନର ପ୍ଲେଜ-ଅଫ ସମୀକରଣ ବିଗାଡିଲା ହାଇଦ୍ରାବାଦ

ହାଇଦ୍ରାବାଦ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟ ସହ ରାଜସ୍ଥାନର ପ୍ଲେ ଅଫ୍ ସମୀକରଣ କଷ୍ଟସାଧ୍ୟ କରିଛି ।

ଦୁବାଇ: ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦର ସମ୍ମୁଖୀନ ହୋଇଥିଲା । ତେବେ ହାଇଦ୍ରାବାଦ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟ ସହ ରାଜସ୍ଥାନର ପ୍ଲେ ଅଫ୍ ସମୀକରଣ କଷ୍ଟସାଧ୍ୟ କରିଛି । ରାଜସ୍ଥାନ ରୟାଲ୍ସର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଅଧିନାୟକ ସଞ୍ଜୁ ସାମସନ୍ (82) ଙ୍କ ବିସ୍ଫୋରକ ଇନିଂସ ଆଧାରରେ 164 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଜେସନ ରୟ (60) ଏବଂ ଅଧିନାୟକ କେନ ୱିଲିୟମସନ (51) ଙ୍କ ଚମତ୍କାର ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ଦଳ ମାତ୍ର 18.3 ଓଭରରେ 7 ୱିକେଟରେ ମ୍ୟାଚ ଜିତିଥିଲା।

SRH vs RR

ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ସନରାଇଜର୍ସ ହାଇଦ୍ରାବାଦର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାତ୍ର ରାଜସ୍ଥାନ ରୟାଲ୍ସ ପାଇଁ ପ୍ଲେ ଅଫରେ ପହଁଚିବା ସମୀକରଣ ଖରାପ ହୋଇଯାଇଛି । ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ରାଜସ୍ଥାନ ରୟାଲ୍ସ ଦଳକୁ ବାକି ଚାରିଟି ମ୍ୟାଚ୍ ଜିତିବାକୁ ପଡିବ ଏବଂ ଯଦି ଗୋଟିଏ ମ୍ୟାଚ୍ ରେ ମଧ୍ୟ ପରାଜୟର ସାମ୍ନା କରେ ତେବେ ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ନେଟ୍ ରନ୍ ରେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଡେବ୍ୟୁ ମ୍ୟାଚରେ ବିଜୟୀ ପାଳି ଖେଳିଲେ ଜେସନ ରୟ

ଏହି ମ୍ୟାଚ୍‌ରେ ଉଭୟ ଦଳ ଏକାଦଶରେ କିଛି ପରିବର୍ତ୍ତନ କରିଥିଲେ । ଯେଉଁଠାରେ ହାଇଦ୍ରାବାଦ ପାଇଁ ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ଜେସନ ରୟଙ୍କୁ ସୁଯୋଗ ଦିଆଯାଇ ଥିବାବେଳେ ରାଜସ୍ଥାନ ଦଳରେ ପ୍ରିୟ ଗର୍ଗ ଏବଂ ଅଭିଷେକ ଶର୍ମା ମନୀଷ ପାଣ୍ଡେ-କେଦାର ଯାଦବଙ୍କ ସ୍ଥାନରେ ଖେଳିଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିବା ଜେସନ ରୟ ଭାଗ୍ୟ ପରିବର୍ତ୍ତନକାରୀ ଇନିଂସ ଖେଳି ମାତ୍ର 36 ବଲରେ ଅର୍ଦ୍ଧଶତକ ହାସଲ କରି ଜବରଦସ୍ତ ଆରମ୍ଭ କରିଥିଲେ। ଜେସନ୍ ରୟ (62) କେବଳ 5 ଓଭରରେ 57 ରନ୍ ଯୋଡି ରିଦ୍ଧିମାନ ସାହା (18) ଙ୍କ ସହିତ ଏକ ବିସ୍ଫୋରକ ଆରମ୍ଭ କରିଥିଲେ । ମହିପାଲ ଲୋମର ସାଞ୍ଜୁ ସାମସନଙ୍କ ହାତରେ ସାହାଙ୍କୁ ଷ୍ଟମ୍ପିଂ କରି ଭାଗିଦାରୀ ଭାଙ୍ଗିଥିଲେ । କିନ୍ତୁ ରୟ ରନ୍ ସ୍କୋର ଜାରି ରଖିଥିଲେ।

କ୍ରମାଗତ 7 ଟି ମ୍ୟାଚ୍ ହାରିବା ପରେ ପ୍ରଥମେ ବିଜୟ

ଦ୍ୱିତୀୟ ୱିକେଟ୍ ପାଇଁ ଅଧିନାୟକ କେନ୍ ୱିଲିୟମ୍ସନ୍ (51 ନଟଆଉଟ୍) ଙ୍କ ସହ ଜେସନ୍ ରୟ 57 ରନ୍ ସଂଗ୍ରହ କରିଥିଲେ ଏବଂ 8 ଚୌକା ଓ ଗୋଟିଏ ଛକା ସହାୟତାରେ 42 ବଲରୁ 62 ରନ୍ ସଂଗ୍ରହ କରିଥିଲେ। ଚେତନ ସାକାରିଆ ରୟଙ୍କ ୱିକେଟ୍ ନେଇ ରାଜସ୍ଥାନକୁ ମ୍ୟାଚରେ ଫେରାଇ ଆଣିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ହାଇଦ୍ରାବାଦ ଦଳ ମାତ୍ର 12 ଓଭରରେ 114 ରନ୍ ଯୋଡିଥିଲା ​​ଏବଂ ବାକି 8 ଓଭରରେ ଜିତିବା ପାଇଁ 51 ରନ୍ ଆବଶ୍ୟକ ଥିଲା। କେନ୍ ୱିଲିୟମ୍ସନ୍ (51 *) ଏବଂ ଅଭିଷେକ ଶର୍ମା (21 *) ଭଲ ବ୍ୟାଟିଂ କିରି ଦଳକୁ 7 ୱିକେଟ୍ ଜିତିବାରେ ସାହାଯ୍ୟ କରିଥିଲେ। କ୍ରମାଗତ 7 ଟି ମ୍ୟାଚ୍ ହାରିଯିବା ପରେ ସନରାଇଜର୍ସ ହାଇଦ୍ରାବାଦର ଦଳ ପ୍ରଥମ ମ୍ୟାଚ ଜିତିଛି । ଏହି ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦ ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+