For Quick Alerts
Turn On Notification  
For Daily Alerts
Oneindia App Download

ଆରସିବିକୁ ଛଅ ଓ୍ୱିକେଟରେ ହରାଇଲା ସନରାଇର୍ଜସ ହାଇଦ୍ରାବାଦ୍

ଆରସିବିକୁ ଛଅ ଓ୍ୱିକେଟରେ ପରାସ୍ତ କରିଛି ସନରାଇର୍ଜସ ହାଇଦ୍ରାବାଦ୍

|

ଦୁବାଇ: ଆଜି ଆଇପିଏଲର ଏଲମିନେଟର୍ ମ୍ୟାଚରେ ବିରାଟ କୋହଲୀଙ୍କ ଆରସିବିକୁ ଛଅ ଓ୍ୱିକେଟରେ ପରାସ୍ତ କରିଛି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସନରାଇର୍ଜସ ହାଇଦ୍ରାବାଦ୍ । ଏଥିସହ କ୍ୱାଲିଫାୟର-2ରେ ଦିଲ୍ଲୀ ସହ ମୁହାଁମୁହିଁ ହେବ ସନରାଇର୍ଜସ ହାଇଦ୍ରାବାଦ୍ । ଆବୁଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇର୍ଜସ ହାଇଦ୍ରାବାଦ ଟସ୍ ଜିତି ଥିବା ବେଳେ ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆରସିବି ନିର୍ଧାରିତ 20 ଓଭରରେ ସାତ ଓ୍ୱିକେଟ୍ ହରାଇ 131 ରନ୍ କରିଥିଲା ।

ଆଇପିଏଲ 2020

ଆରମ୍ଭରୁ ସନରାଇର୍ଜସ ହାଇଦ୍ରାବାଦ ଘାତକ ବୋଲିଂ କରିଥିଲା । ଫଳରେ ମାତ୍ର 9 ରନରେ ଆରସିବି ପ୍ରଥମ ଓ୍ୱିକେଟ୍ ଭାବରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇଥିଲା । ଆରସିବି ପକ୍ଷରୁ ଏବି ଡିଭିଲିୟର୍ସ 56 ରନ୍ କରିଥିଲେ । 132 ରନ ବିଜୟର ପିଛା କରି ସନରାଇର୍ଜସ ହାଇଦ୍ରାବାଦ୍ 19.4 ଓଭରରେ ଚାରି ଓ୍ୱିକେଟ୍ ହରାଇ ମ୍ୟାଚକୁ ଜିତି ଯାଇଥିଲା । ଏହି ମ୍ୟାଚ୍ ଜିତି ସନରାଇର୍ଜସ ଦିଲ୍ଲୀ ସହ କ୍ୱିଲିଫାୟର 2 ଖେଲିବାକୁ ଯାଉଥିବା ବେଳେ ଆଇପିଏଲରୁ ବିଦାୟ ନେଇଛି ବିରାଟ କୋହଲିଙ୍କ ଆରସିବି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Srh vs Rcb Ipl 2020 Playoffs Eliminator Sunrisers Hyderabad Won
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X