ଆରସିବିକୁ ଛଅ ଓ୍ୱିକେଟରେ ହରାଇଲା ସନରାଇର୍ଜସ ହାଇଦ୍ରାବାଦ୍
ଆରସିବିକୁ ଛଅ ଓ୍ୱିକେଟରେ ପରାସ୍ତ କରିଛି ସନରାଇର୍ଜସ ହାଇଦ୍ରାବାଦ୍
ଦୁବାଇ: ଆଜି ଆଇପିଏଲର ଏଲମିନେଟର୍ ମ୍ୟାଚରେ ବିରାଟ କୋହଲୀଙ୍କ ଆରସିବିକୁ ଛଅ ଓ୍ୱିକେଟରେ ପରାସ୍ତ କରିଛି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସନରାଇର୍ଜସ ହାଇଦ୍ରାବାଦ୍ । ଏଥିସହ କ୍ୱାଲିଫାୟର-2ରେ ଦିଲ୍ଲୀ ସହ ମୁହାଁମୁହିଁ ହେବ ସନରାଇର୍ଜସ ହାଇଦ୍ରାବାଦ୍ । ଆବୁଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇର୍ଜସ ହାଇଦ୍ରାବାଦ ଟସ୍ ଜିତି ଥିବା ବେଳେ ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆରସିବି ନିର୍ଧାରିତ 20 ଓଭରରେ ସାତ ଓ୍ୱିକେଟ୍ ହରାଇ 131 ରନ୍ କରିଥିଲା ।

ଆରମ୍ଭରୁ ସନରାଇର୍ଜସ ହାଇଦ୍ରାବାଦ ଘାତକ ବୋଲିଂ କରିଥିଲା । ଫଳରେ ମାତ୍ର 9 ରନରେ ଆରସିବି ପ୍ରଥମ ଓ୍ୱିକେଟ୍ ଭାବରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇଥିଲା । ଆରସିବି ପକ୍ଷରୁ ଏବି ଡିଭିଲିୟର୍ସ 56 ରନ୍ କରିଥିଲେ । 132 ରନ ବିଜୟର ପିଛା କରି ସନରାଇର୍ଜସ ହାଇଦ୍ରାବାଦ୍ 19.4 ଓଭରରେ ଚାରି ଓ୍ୱିକେଟ୍ ହରାଇ ମ୍ୟାଚକୁ ଜିତି ଯାଇଥିଲା । ଏହି ମ୍ୟାଚ୍ ଜିତି ସନରାଇର୍ଜସ ଦିଲ୍ଲୀ ସହ କ୍ୱିଲିଫାୟର 2 ଖେଲିବାକୁ ଯାଉଥିବା ବେଳେ ଆଇପିଏଲରୁ ବିଦାୟ ନେଇଛି ବିରାଟ କୋହଲିଙ୍କ ଆରସିବି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications