ହାଇଦ୍ରାବାଦରେ ମୁହାଁମୁହିଁ ହେବେ SRH-LSG
ହାଇଦ୍ରାବାଦ: ଆଜିର ଆଇପିଏଲ୍ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ମୁହାଁ ମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷୌ୍ନ ସୁପର ଜିଆଣ୍ଟସ୍ । ଏହି ମ୍ୟାଚ୍ ଏହି ସିଜିନର ୫୭ ତମ ଲିଗ୍ ମ୍ୟାଚ୍ । ଉଭୟ ଦଳର ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍, କାରଣ ମ୍ୟାଚ୍ ଜିତୁଥିବା ଦଳ ପ୍ଲେ ଅଫ୍ ରେ ପହଞ୍ଚିବାର ଅଧିକ ସମ୍ଭାବନା ପାଇବ ।
ଏହା ପଛର କାରଣ ହେଉଛି ଉଭୟ ଦଳର ତିନୋଟି ମ୍ୟାଚ୍ ବାକି ଅଛି । ଏପରି ପରିସ୍ଥିତିରେ, ଏହି ମ୍ୟାଚ୍ ଜିତୁଥିବା ଦଳ ୧୮ ପଏଣ୍ଟରେ ପହଞ୍ଚିପାରେ । ବର୍ତମାନ ସୁଦ୍ଧା ସନରାଇଜର୍ସ ହାଇଦ୍ରାବାଦ୍ ୧୧ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ଞ୍ଚ ପଏଣ୍ଟ ଟେବୁଲ୍ର ୪ର୍ଥ ସ୍ଥାନରେ ରହିଛି ।

ଦଳ ଆରମ୍ଭରୁ ଦମ୍ଦାର ପ୍ରଦର୍ଶନ କରୁଥିଲେ ବି ଶେଷ ଆଡକୁ ଟିମ୍ ସେତେଟା ପ୍ରଦର୍ଶନ କରିପାରିନାହିଁ । ଯାହାକି ଟିମ୍ ପାଇଁ ସାଜିଛି ମୁଣ୍ଡବ୍ୟଥା । ଦଳ ୪୬ ବିଜୟୀ ପାଇଁ ଖୋଜୁଛି ସାହାରା । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି । ଚଳିତ ସିଜିନ୍ରେ ଦଳର ପ୍ରଦର୍ଶନ ମନ୍ଥର ରହିଛି । କେବେ ବିଜୟ ତ କେବେ ହାର୍ । ତେବେ ଦଳ ଯଦି ପ୍ଲେ-ଅପ୍ ରେସ୍ରେ ରହିବାକୁ ହେଲେ ଆଜିର ମ୍ୟାଚରେ ବିଜୟ ଜରୁରୀ ।












Click it and Unblock the Notifications