SRH BEAT RCB: ଇଶାନଙ୍କ ଧୁୂଆଁଧାର ଇନିଂସ, RCBକୁ 42 ରନରେ ପରାସ୍ତ କଲା SRH
ଆଇପିଏଲର 65 ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 42 ରନରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ । ପ୍ଲେ ଅଫରୁ ବାଦ ପଡିଥିଲେ ବି ପ୍ଲେ ଅଫକୁ ଯାଇଥିବା ଦଳକୁ ପରାସ୍ତ କରିଛି ହାଇଦ୍ରାବାଦ । ଆଜି ହାଇଦ୍ରାବାଦ ପକ୍ଷରୁ ଇଶାନ କିଷାନ ଧୂଆଁଦାର ପାଳି ଖେଳିଥିବା ବେଳେ ପ୍ୟାଟ କମିନ୍ସ ଘାତକ ବୋଲିଂ କରିଥିଲେ ।
ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଆରସିବି ଓ ଏସଆରଏଚ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆରସିବି । ପ୍ରଥମେ ବ୍ୟାଟିଂ ପାଇଁ କମିନ୍ସ ବାହିନୀକୁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 6 ଓ୍ବିକେଟ ହରାଇ 231 ରନ କରିଥିଲା ହାଇଦ୍ରାବାଦ । ଇଶାନ କିଷାନଙ୍କ ବ୍ୟାଟରୁ ଆଜି ଛକା ଚୌକାର ବର୍ଷା ହୋଇଥିଲା ।
ଆରସିବି ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ କିଷାନ । ମ୍ୟାଚ ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହି 48 ବଲରେ 94 ରନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରୁ ଅଭିଶେଖ 34, ଅନିକେଟ 26, କ୍ଲାସେନ 24 ରନ କରିଥିଲେ । ଆରସିବି ପକ୍ଷରୁ ରୋମାରିଓ 2ଟି ଓ୍ବିକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର, ଲୁଙ୍ଗି, ସ୍ବିୟସ ଓ କ୍ରୁନାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

232 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବେଙ୍ଗାଲୁରୁ । କିନ୍ତୁ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ 19.5 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 189ରନ କରି ଅଲଆଉଟ ହୋଇଯାଇଥିଲା । ହାଇଦ୍ରାବାଦର ଘାତକ ବୋଲିଂ ଯୋଗୁଁ ବେଶି ସମୟ ପଡିଆରେ ତିଷ୍ଟି ପାରିନଥିଲେ ଆରସିବି ବ୍ୟାଟର । ଫିଲ ସଲ୍ଟ ଓ କୋହଲିଙ୍କୁ ଛାଡି ଦେଲେ ଆଉ କେହିବି ବଡ ରନ କରିପାରିନଥିଲେ । ସଲ୍ଟ 62, କୋହଲି 43, ମୟଙ୍କ 11, ରଜତ 18, ଜିତେଶ 24 ରନ କରିଥିଲେ । ପ୍ୟାଟ କମିନ୍ସ 3ଟି ଓ୍ବିକେଟ ନେଇଥିବା ବେଳେ ଇଶାନ ମାଲିଙ୍ଗା 2ଟି ଓ୍ବିକେଟ ନେଇଥିଲେ ।












Click it and Unblock the Notifications