ଏଣିକି ଟିଭି ପରଦାରେ ଝଲକ୍ ଦେଖାଇବେ ଦୂତି ଚାନ୍ଦ
କଲର୍ସ ଚ୍ୟାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ‘ଝଲକ ଦିଖ୍ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଦୂତି । ‘ଝଲକ ଦିଖ୍ଲା ଜା-୧୦’ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପ୍ରତିଯୋଗୀ ଭାବେ ସାମିଲ ହେବେ ।
ଭୁବନେଶ୍ବର: ନୂଆ ରୂପରେ ଦୌଡରାଣୀ । ଖୁବଶ୍ରୀଘ୍ର ଚିଭି ପରଦାରେ ନଜର ଆସିବେ ଦୂତି ଚାନ୍ଦ । କଲର୍ସ ଚ୍ୟାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ 'ଝଲକ ଦିଖ୍ଲା ଜା-୧୦'ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଦୂତି । 'ଝଲକ ଦିଖ୍ଲା ଜା-୧୦' ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପ୍ରତିଯୋଗୀ ଭାବେ ସାମିଲ ହେବେ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଦୂତି ଚାନ୍ଦ । ଆସନ୍ତା ସପ୍ତାହରେ ଶୋରେ ଯୋଗ ଦେବେ ।

ନୃତ୍ୟରେ କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ନଥିଲେ ମଧ୍ୟ ଜଣେ କ୍ରୀଡ଼ାବିତ୍ ହୋଇଥିବାରୁ ନାଚ ଶିଖିବା ତାଙ୍କ ପାଇଁ ଆଦୌ କଷ୍ଟକର ହେବନି ବୋଲି କହିଛନ୍ତି ସେ। ଏହି କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶିକା ରବିନା ଚୌଧୁରୀ ହେବେ ଦୁତିଙ୍କ ପାର୍ଟନର। ଦୂତି କହିଛନ୍ତି, ଏହି ରିୟଲିଟି ଶୋ'ରେ ସାମିଲ ହେବା ପାଇଁ ପୂର୍ବରୁ ମୋତେ ବହୁ ଥର ପ୍ରସ୍ତାବ ଆସିଥିଲା । କିନ୍ତୁ ଟୋକିଓ ଅଲିମ୍ପିକ୍ସ ଓ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମୁଁ ସମୟ ଦେଇ ପାରୁନଥିଲି । ଏସୀୟ କ୍ରୀଡ଼ା ଗୋଟିଏ ବର୍ଷ ଘୁଞ୍ଚିବା ପରେ ମୁଁ ସିଜନ-୧୦ରେ ସାମିଲ ହେବି ବୋଲି କହିଛନ୍ତି ଦୂତି । ଦୂତି ଆହୁରି କହିଛନ୍ତି ଯେ, ମୋତେ ଖେଳ ଛଡ଼ା ଆଉ କିଛି ଜଣା ନାହିଁ । କିନ୍ତୁ ସେମାନେ କହିଛନ୍ତି ମୋତେ ସୁହାଇଲା ଭଳି ନାଚ ଶିଖାଇବେ । ପ୍ରଥମ ଓଡ଼ିଆ କ୍ରୀଡ଼ାବିତ ଭାବେ ଏତେ ବଡ଼ ରିୟଲିଟି ଶୋ'ରେ ସାମିଲ ହେବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ଉତ୍ସାହିତ ରହିଛି ।'
କୋରିଓଗ୍ରାଫର ରୁବିନା ଚୌଧୁରୀ ଦୂତିଙ୍କୁ ଡ୍ୟାନ୍ସ ଶିଖାଇବେ । ପୂର୍ବରୁ କେବିସି କାର୍ଯ୍ୟକ୍ରମରେ ସାମି ହୋଇଥିଲେ । ଝଲକ ଦିଖଲା ଜାର ଚଳିତ ସିଜିନ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଛି । ଏଥିରେ ବହୁ ସେଲିବ୍ରିଟି ରୁବିନା ଦିଲେକ, ନିଆ ଶର୍ମା ଓ ଧୀରଜ ଧୂରପ ଅଂଶ ଗ୍ରହଣ କରିଛନ୍ତି । ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ ନୋରା ଫତେହି ବିଚାରକ ଦାୟିତ୍ବ ତୁଲାଇଛନ୍ତି ।
ନିକଟରେ ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡା ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦୂତି । ମାତ୍ର ସେ ନିରାଶ କରିଥିଲେ । ଚତୁର୍ଥ ସ୍ଥାନରେ ରହି ସେମି କ୍ୱାଲିଫାଏ ରାଉଣ୍ଡରୁ ଅଭିଯାନ ଶେଷ କରିଥିଲେ ଧାବିକା ଦୂତି ଚାନ୍ଦ । ବର୍ମିଂହାମରେ ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଆୟୋଜିତ ହୋଇଥିଲା ରାଜ୍ୟଗୋଷ୍ଠୀ କ୍ରୀଡା ।












Click it and Unblock the Notifications