କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶା ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ
କ୍ରୀଡା ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହେଲା ଓଡିଶା । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: କ୍ରୀଡା ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହେଲା ଓଡିଶା । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ହୋଇଥିଲା ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ବୋଲି ବିବେଚନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ, କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାକୁ ଦି ହିନ୍ଦୁ ଗ୍ରୁପର ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର । ପୁରସ୍କାରକୁ ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ ସମର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ କୀର୍ତ୍ତିମାନ ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ଗାଇଡ୍ କଲେ ସେମାନେ ବହୁ ଆଗକୁ ଯାଇପାରିବେ ।












Click it and Unblock the Notifications