For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା ବର୍ଷ ମ୍ୟାଚରୁ ଫୁରସତ ନାହିଁ ବିରାଟ ବାହିନୀକୁ, ଜାଣନ୍ତୁ 2021 ପାଇଁ ଭାରତୀୟ ଦଳର ସମ୍ପୂର୍ଣ ତାଲିକା

2021 ପାଇଁ ଭାରତୀୟ ଦଳର ସମ୍ପୂର୍ଣ ତାଲିକା

|

ନୂଆଦିଲ୍ଲୀ: ଆଗାମୀ ବର୍ଷ ଏମତି କୌଣସି ମାସ ନାହିଁ, ଯେଉଁଠି ଭାରତୀୟ କ୍ରିକେଟ ଦଳ ପାଇଁ ନାହିଁ ଗୋଟିଏ ବି ମ୍ୟାଚ । କୋରୋନା ମହାମାରୀ 2020ର କ୍ରିକେଟ ଋତୁକୁ ଧୋଇ ନେଇଥିବା ବେଳେ 2021 ବର୍ଷ ପାଇଁ ବ୍ୟାକ ଟୁ ବ୍ୟାକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ପାଇଁ ଲାଗି ପଡିଛି ବିସିସିଆଇ । ଆଗାମୀ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ସହ ନନ୍ ଷ୍ଟପ କ୍ରିକେଟ ଖେଳିବ ବିରାଟ ଆଣ୍ଡ କୋ ।

ଏକ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ, ଆସନ୍ତା ବର୍ଷ ଭାରତୀୟ ଦଳ 14ଟି ଟେଷ୍ଟ, 16ଟି ଦିନିକିଆ ଓ 23ଟି ଟି-20 ମ୍ୟାଚ ଖେଳିବାକୁ ଯାଉଛି । ଏଥି ସହିତ ଭାରତୀୟ ଦଳର ଖେଳସୂଚୀରେ ସାମିଲ ରହିଛି ଏସିଆ କପ (ଜୁନ ମାସ), ଟି-20 ବିଶ୍ବକପ (ଅକ୍ଟୋବର) ଓ ଆଇପିଏଲ ମଧ୍ୟ ସାମଲି ରହିଛି । ତେବେ ଏନେଇ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଖୁବଶୀଘ୍ର ଖେଳସୂଚୀ ପ୍ରକାଶ କରିବାକୁ ଯାଉଛି ।

ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ:

  • ଜାନୁୟାରୀରୁ ମାର୍ଚ୍ଚ-

ଚଳିତ ବର୍ଷ ଆୟୋଜନ ହେବାକୁ ଯାଉଥିବା ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତ ଗସ୍ତରେ ଆସିବ ଭ୍ରମଣକାରୀ ଇଲଣ୍ଡ ଦଳ। ତେବେ ଇଂଲଣ୍ଡ ବିପକ୍ଷ ଏହି ଘରୋଇ ସିରିଜି ଦୀର୍ଘ ଦୁଇ ମାସ ଧିରି ଚାଲିବାର ଯୋଜନା ରହିଛି । ଯେଉଁଠି ଭାରତ 4ଟି ଟେଷ୍ଟ, 4ଟି ଦିନିକିଆ ଓ 4ଟି ଟି-20 ମ୍ୟାଚ ଖେଳିବ ।

  • ମାର୍ଚ୍ଚରୁ ମେ-

ତେବେ ଚିରାଚରିତ ଢଙ୍ଗ ପରି ଗ୍ରୀଷ୍ମ ଋତୁରେ ବିସିସିଆଇ ଆଇପିଏଲ ଆୟୋଜନ କରିବାକୁ ଯୋଜନା ବାନ୍ଧିଛି । ଯାହା କି ଭାରତରେ ଆୟୋଜନ ହେବାକୁ ଯାଉଛି ।

ବିରାଟ କୋହଲି
  • ମେ ରୁ ଜୁନ-

ଆଇପିଏଲ ଶେଷ ହେବା ପରେ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହାପରେ ସେଠାରେ ହିଁ ଏସିଆ କପ ପାଇଁ ଲାଗି ପଡିବ ଭାରତୀୟ କ୍ରିକେଟ ଦଳ ।

  • ଜୁଲାଇରେ ଜିମ୍ବାୱେ ଗସ୍ତ-

ଶ୍ରୀଲଙ୍କା ଗସ୍ତ ଓ ଏସିଆ କପ ସମାପ୍ତ ପରେ ଜୁଲାଇ ମଧ୍ୟ ଭାଗରେ ଜିମ୍ବାୱେ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ସେଠାରେ 3ଟିକିଆ ଦିନିକିଆ ସିରିଜ ଖେଳିବ ଭାରତ ।

  • ଜୁଲାଇରୁ ସେପ୍ଟେମ୍ବର-

ତେବେ ଏତିକି ଶେଷ ହୋଇ ନାହିଁ ଭାରତୀୟ ଦଳର କ୍ରିକେଟ ଯାତ୍ରା । ଜୁଲାଇରୁ ସେପ୍ଟେମ୍ବର ମାସରେ ଇଲଣ୍ଡ ଗସ୍ତରେଯିବ ଭାରତୀୟ ଦଳ । ଯେଉଁଠି 5 ମ୍ୟାଚ ବିଶିଷ୍ଟ ଏକ ଟେଷ୍ଟ ସିରିଜ ଖେଳିବ ଦଳ ।

  • ଅକ୍ଟୋବର ରୁ ଡିସେମ୍ବର -

ତେବେ ବର୍ଷ ଶେଷ ଆଡକୁ ରହିଛି ଫାଟଫଟ କ୍ରିକେଟର ମଜା । ଅକ୍ଟୋବର ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-20 ସିରିଜ ଆୟୋଜନ କରିବ ବିସିସିଆଇ । ପରେ ପରେ ଆରମ୍ଭ ହୋଇଯିବା ଟି-20 ବିଶ୍ବକପ । ଯାହା କି ଭାରତ ଆୟୋଜନ କରିବାକୁ ଯାଉଛି । ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ମଧ୍ୟ ଆୟୋଜନ କରିବା ଭାରତ । ଯାହା ଟି-20 ବିଶ୍ବକପ ପରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ସାମିଲ ରହିଛି ଦୁଇଟି ଟେଷ୍ଟ ମ୍ୟାଚ ଓ 3ଟି ଟି-20 ମ୍ୟାଚ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sports Schedule of Team India in 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X