Get Updates
Get notified of breaking news, exclusive insights, and must-see stories!

ଆସନ୍ତା ବର୍ଷ ମ୍ୟାଚରୁ ଫୁରସତ ନାହିଁ ବିରାଟ ବାହିନୀକୁ, ଜାଣନ୍ତୁ 2021 ପାଇଁ ଭାରତୀୟ ଦଳର ସମ୍ପୂର୍ଣ ତାଲିକା

2021 ପାଇଁ ଭାରତୀୟ ଦଳର ସମ୍ପୂର୍ଣ ତାଲିକା

ନୂଆଦିଲ୍ଲୀ: ଆଗାମୀ ବର୍ଷ ଏମତି କୌଣସି ମାସ ନାହିଁ, ଯେଉଁଠି ଭାରତୀୟ କ୍ରିକେଟ ଦଳ ପାଇଁ ନାହିଁ ଗୋଟିଏ ବି ମ୍ୟାଚ । କୋରୋନା ମହାମାରୀ 2020ର କ୍ରିକେଟ ଋତୁକୁ ଧୋଇ ନେଇଥିବା ବେଳେ 2021 ବର୍ଷ ପାଇଁ ବ୍ୟାକ ଟୁ ବ୍ୟାକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ପାଇଁ ଲାଗି ପଡିଛି ବିସିସିଆଇ । ଆଗାମୀ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ସହ ନନ୍ ଷ୍ଟପ କ୍ରିକେଟ ଖେଳିବ ବିରାଟ ଆଣ୍ଡ କୋ ।

ଏକ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ, ଆସନ୍ତା ବର୍ଷ ଭାରତୀୟ ଦଳ 14ଟି ଟେଷ୍ଟ, 16ଟି ଦିନିକିଆ ଓ 23ଟି ଟି-20 ମ୍ୟାଚ ଖେଳିବାକୁ ଯାଉଛି । ଏଥି ସହିତ ଭାରତୀୟ ଦଳର ଖେଳସୂଚୀରେ ସାମିଲ ରହିଛି ଏସିଆ କପ (ଜୁନ ମାସ), ଟି-20 ବିଶ୍ବକପ (ଅକ୍ଟୋବର) ଓ ଆଇପିଏଲ ମଧ୍ୟ ସାମଲି ରହିଛି । ତେବେ ଏନେଇ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଖୁବଶୀଘ୍ର ଖେଳସୂଚୀ ପ୍ରକାଶ କରିବାକୁ ଯାଉଛି ।

ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ:

  • ଜାନୁୟାରୀରୁ ମାର୍ଚ୍ଚ-

ଚଳିତ ବର୍ଷ ଆୟୋଜନ ହେବାକୁ ଯାଉଥିବା ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତ ଗସ୍ତରେ ଆସିବ ଭ୍ରମଣକାରୀ ଇଲଣ୍ଡ ଦଳ। ତେବେ ଇଂଲଣ୍ଡ ବିପକ୍ଷ ଏହି ଘରୋଇ ସିରିଜି ଦୀର୍ଘ ଦୁଇ ମାସ ଧିରି ଚାଲିବାର ଯୋଜନା ରହିଛି । ଯେଉଁଠି ଭାରତ 4ଟି ଟେଷ୍ଟ, 4ଟି ଦିନିକିଆ ଓ 4ଟି ଟି-20 ମ୍ୟାଚ ଖେଳିବ ।

  • ମାର୍ଚ୍ଚରୁ ମେ-

ତେବେ ଚିରାଚରିତ ଢଙ୍ଗ ପରି ଗ୍ରୀଷ୍ମ ଋତୁରେ ବିସିସିଆଇ ଆଇପିଏଲ ଆୟୋଜନ କରିବାକୁ ଯୋଜନା ବାନ୍ଧିଛି । ଯାହା କି ଭାରତରେ ଆୟୋଜନ ହେବାକୁ ଯାଉଛି ।

ବିରାଟ କୋହଲି
  • ମେ ରୁ ଜୁନ-

ଆଇପିଏଲ ଶେଷ ହେବା ପରେ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହାପରେ ସେଠାରେ ହିଁ ଏସିଆ କପ ପାଇଁ ଲାଗି ପଡିବ ଭାରତୀୟ କ୍ରିକେଟ ଦଳ ।

  • ଜୁଲାଇରେ ଜିମ୍ବାୱେ ଗସ୍ତ-

ଶ୍ରୀଲଙ୍କା ଗସ୍ତ ଓ ଏସିଆ କପ ସମାପ୍ତ ପରେ ଜୁଲାଇ ମଧ୍ୟ ଭାଗରେ ଜିମ୍ବାୱେ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ସେଠାରେ 3ଟିକିଆ ଦିନିକିଆ ସିରିଜ ଖେଳିବ ଭାରତ ।

  • ଜୁଲାଇରୁ ସେପ୍ଟେମ୍ବର-

ତେବେ ଏତିକି ଶେଷ ହୋଇ ନାହିଁ ଭାରତୀୟ ଦଳର କ୍ରିକେଟ ଯାତ୍ରା । ଜୁଲାଇରୁ ସେପ୍ଟେମ୍ବର ମାସରେ ଇଲଣ୍ଡ ଗସ୍ତରେଯିବ ଭାରତୀୟ ଦଳ । ଯେଉଁଠି 5 ମ୍ୟାଚ ବିଶିଷ୍ଟ ଏକ ଟେଷ୍ଟ ସିରିଜ ଖେଳିବ ଦଳ ।

  • ଅକ୍ଟୋବର ରୁ ଡିସେମ୍ବର -

ତେବେ ବର୍ଷ ଶେଷ ଆଡକୁ ରହିଛି ଫାଟଫଟ କ୍ରିକେଟର ମଜା । ଅକ୍ଟୋବର ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-20 ସିରିଜ ଆୟୋଜନ କରିବ ବିସିସିଆଇ । ପରେ ପରେ ଆରମ୍ଭ ହୋଇଯିବା ଟି-20 ବିଶ୍ବକପ । ଯାହା କି ଭାରତ ଆୟୋଜନ କରିବାକୁ ଯାଉଛି । ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ମଧ୍ୟ ଆୟୋଜନ କରିବା ଭାରତ । ଯାହା ଟି-20 ବିଶ୍ବକପ ପରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ସାମିଲ ରହିଛି ଦୁଇଟି ଟେଷ୍ଟ ମ୍ୟାଚ ଓ 3ଟି ଟି-20 ମ୍ୟାଚ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+