ବାରବାଟୀରେ ମହାଲଢେଇ: ଟି-ଟ୍ବେଣ୍ଟି ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର କଣ୍ଟୋଲ ରୁମ୍
ରବିବାର ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହା ଲଢେଇ । ଦୁଇ ଦଳ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ସେଥିପାଇଁ ସରିଛି ପୂର୍ବ ପ୍ରସ୍ତୁତି । ସିଏମସି ପକ୍ଷରୁ କରାଯାଇଛି ସ୍ବତନ୍ତ୍ର କେଣ୍ଟୋଲ ରୁମ୍ ବ୍ୟବସ୍ଥା। ଏହି କଣ୍ଟ୍ରୋଲ ରୁମରୁ କରାଯିବ ମ୍ୟ
କଟକ: ରବିବାର ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହା ଲଢେଇ । ଦୁଇ ଦଳ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ସେଥିପାଇଁ ସରିଛି ପୂର୍ବ ପ୍ରସ୍ତୁତି । ସିଏମସି ପକ୍ଷରୁ କରାଯାଇଛି ସ୍ବତନ୍ତ୍ର କେଣ୍ଟୋଲ ରୁମ୍ ବ୍ୟବସ୍ଥା। ଏହି କଣ୍ଟ୍ରୋଲ ରୁମରୁ କରାଯିବ ମ୍ୟାଚ ନିୟନ୍ତ୍ରଣ । ବାରବାଟୀ ପ୍ୟାଲେସ ପରିସରରେ ଏହାକୁ ଉଦଘାଟନ କରିଛନ୍ତି ମେୟର ସୁବାସ ସିଂ।

ଏଥିରେ ସବୁ ବିଭାଗର ଅଧିକାରୀ ଓ କର୍ମଚାରୀ 24 ଘଣ୍ଟା ନିୟୋଜିତ ରହିବେ। ସମସ୍ତ ଜରୁରୀକାଳୀନ ସେବା ନିୟନ୍ତ୍ରଣ କରାଯିବ। ମ୍ୟାଚ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୋଲିସ ସେବା ଠାରୁ ଆରମ୍ଭ କରି ବାହାରେ ପିଇବା ପାଣି, ପରିମଳ, ଟ୍ରାଫିକ ସେବା, ବିଜୁଳି ସେବା ଭଳି ସମସ୍ତ ସମସ୍ୟାର ସମାଧାନ କରିବେ ଅଧିକାରୀ ଓ କର୍ମଚାରୀମାନେ ।
ଅନ୍ୟପଟେ ଉଭୟ ଦଳ ଆସି ହୋଟେଲରେ ପହଞ୍ଚି ସାରିଛନ୍ତି । ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ ପ୍ରାକ୍ଟିସ କରିବେ । ପ୍ରଥମେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀ ଗ୍ରାଉଣ୍ଡରେ ଅଭ୍ୟାସ କରିବ । ପରେ ସନ୍ଧ୍ୟା 5ଟାରୁ ନେଟ ପ୍ରାକ୍ଟିସ କରିବ ଟିମ ଇଣ୍ଡିଆ । ଉଭୟ ଦଳ ପ୍ରାୟ 3 ଘଣ୍ଟା ଲେଖାଏଁ ଅଭ୍ୟାସ କରିବାର ସୂଚନା ରହିଛି । ନେଟ ପ୍ରାକ୍ଟିସ୍ ପାଇଁ 4ଟି ପିଚ୍ ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ରବିବାର ମ୍ୟାଚକୁ ନେଇ ପ୍ରସ୍ତୁତ ରହିଛନ୍ତି କର୍ତ୍ତୁପକ୍ଷ । ଏପଟେ ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ଏନେଇ କ୍ରିକେଟ ପ୍ରେମୀ ଟିକେଟ ନେଇ ମ୍ୟାଚ ଅପେକ୍ଷାରେ ରହିଛନ୍ତି ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications