Euro Cup 2024: ୟୁରୋ କପ୍ ଫାଇନାଲରେ ସ୍ପେନ୍-ଇଂଲଣ୍ଡ ଟକ୍କର
ସ୍ପେନ୍ ଓ ଇଂଲଣ୍ଡ ମଧ୍ୟରେ ରବିବାର ଚଳିତ ୟୁରୋ କପ୍ର ଫାଇନାଲ୍ ଖେଳାଯିବ। ମଙ୍ଗଳବାର ଫ୍ରାନ୍ସକୁ ହରାଇ ସ୍ପେନ୍ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ବୁଧବାର ଦ୍ବିତୀୟ ସେମିଫାଇନାଲ୍ରେ ଇଂଲଣ୍ଡ ୨-୧ ଗୋଲ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଥିଲା।
ରୋମାଞ୍ଚଭରା ଏହି ଦ୍ବିତୀୟ ସେମିଫାଇନାଲ୍ରେ ସପ୍ତମ ମିନିଟ୍ରେ ଜାଭି ସାଇମନ୍ସ ନେଦରଲାଣ୍ଡ୍ସ ପାଇଁ ଖାତା ଖୋଲିଥିଲେ। କିନ୍ତୁ ଅଷ୍ଟାଦଶ ମିନିଟ୍ରେ ଇଂଲଣ୍ଡ ଏହାକୁ ଶୁଝି ଦେଇଥିଲା।
ସପ୍ତଦଶ ମିନିଟ୍ରେ ଡେଞ୍ଜେଲ୍ ଡମ୍ଫ୍ରାଏଜ୍ ଇଂଲଣ୍ଡର ଅଧିନାୟକ ହାରି କେନ୍ଙ୍କୁ ପେନାଲ୍ଟି ଅଞ୍ଚଳ ଭିତରେ ଫାଉଲ୍ ମାରିଥିଲେ। ଅମ୍ପାୟାର ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ଭାର୍ରେ ମଧ୍ୟ ନିଷ୍ପତ୍ତି ଇଂଲଣ୍ଡ ସପକ୍ଷରେ ଯାଇଥିଲା। କେନ୍ ଏହି ସଟ୍କୁ ନେଇଥିଲା ବେଳେ ସହଜରେ ଗୋଲ୍ରେ ପରିଣତ କରିଥିଲେ।

ମ୍ୟାଚ୍ର ୮୧ ତମ ମିନିଟରେ ଇଂଲଣ୍ଡ କୋଚ୍ ଗାରେଥ ସାଉଥଗେଟ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ହ୍ୟାରୀ କେନ୍ଙ୍କୁ ସବ୍ଷ୍ଟିଚ୍ୟୁଟ କରି ତାଙ୍କ ସ୍ଥାନରେ ଓଲି ଓ୍ବାଟକିନ୍ସଙ୍କୁ ଖେଳାଇଥିଲେ। ୮୯.୫୯ ସେକେଣ୍ଡରେ ଓ୍ବାଟକିନ୍ସ ଗୋଲ କରିବା ସହ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇ ଥିଲେ।
ୟୁରୋ ୨୦୨୪ରେ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ସ୍ଲୋଭାକିଆକୁ ଅତିରିକ୍ତ ସମୟରେ ଓ କ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା ଇଂଲଣ୍ଡ। ଅନ୍ତିମ ୧୦ ମିନିଟରେ ସାଉଥ୍ଗେଟ୍ କୋଲ୍ ପାଲମର ଓ ଓଲି ଓ୍ବାଟକିନ୍ସଙ୍କୁ ସାମିଲ କରିବାର ଯେଉଁ ଜୁଆ ଖେଳିଥିଲେ ତାହା ସଫଳ ହୋଇଥିଲା।
ମ୍ୟାଚ୍ରେ ଇଂଲଣ୍ଡ ୫୯ ପ୍ରତିଶତ ସମୟ ବଳ୍ ନିୟନ୍ତ୍ରଣରେ ରଖିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଜାଭି ସିମନ୍ସ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଚଳିତ ୟୁରୋରେ ଏହା ତାଙ୍କର ପ୍ରଥମ ଗୋଲ ଥିଲା। ୪୦ ୟାର୍ଡ ଦୂରରୁ ସେ ଏହି ଶଟ୍ ମାରିଥିଲେ।
ତେବେ ଏହାର ୧୧ ମିନିଟ ମଧ୍ୟରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍ ଏହି ଗୋଲ ପରିଶୋଧ କରିଥିଲେ। ୧୮ ତମ ମିନିଟରେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଥିଲା। ଏଥିରୁ ସ୍କୋର କରିବା ସହ ମ୍ୟାଚ୍କୁ ସମାନ୍ତର ସ୍ଥିତିକୁ ଆଣିଥିଲେ କେନ୍। ପ୍ରଥମାର୍ଦ୍ଧରେ ମ୍ୟାଚ୍ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଶେଷ ହେବାର ଠିକ୍ ପୂର୍ବରୁ କୋଲ୍ ପାଲମରଙ୍କ ଆସିଷ୍ଟରେ ଓଲି ଓ୍ବାଟକିନ୍ସ ଏକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।












Click it and Unblock the Notifications