ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀଙ୍କୁ IPL 2025 Mega Auction'ରେ ମିଳିବ ୧୦ କୋଟି !
IPL 025 Mega Auction: ଭାରତ ବିପକ୍ଷ ଟି -20 ସିରିଜର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ଖେଳାଳି Marco Jansen ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ ସେହିପରି ବୋଲିଂରେ ଚମତ୍କାର ପ୍ରଦର୍ଶନ କରିବା ସହ ୱିକେଟ୍ ମଧ୍ୟ ନେଇଥିଲେ। ଯାହା ପରେ Marco Jansenଙ୍କୁ ନେଇ ଡେଲ୍ ଷ୍ଟେନ୍ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ Marco Jansen ଆଇପିଏଲ୍ 2025 ର ମେଗା ନିଲାମରେ 10 କୋଟି ଟଙ୍କା ପାଇପାରିବେ। 24 ଏବଂ 25 ନଭେମ୍ବରରେ ମେଗା ନିଲାମର ଆୟୋଜନ କରାଯିବ ।

ଭାରତ ତୃତୀୟ ଟି -20 ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 11 ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ମାର୍କୋ ଜନସେନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ 4 ଓଭରରେ 28 ରନ୍ ଦେଇଥିଲେ ଏହାସହ 1 ୱିକେଟ୍ ନେଇଥିଲେ। ସେହିପରି 54 ରନର ଏକ ଇନିଂସ ଖେଳିଥିଲେ। ମାର୍କୋ ଜନସେନ୍ ପ୍ରଦର୍ଶନକୁ ଦେଖି ଡାଲ୍ ଷ୍ଟେନ୍ ଏକ ବଡ଼ ଭବିଷ୍ୟବାଣୀ କରି X ରେ ଏକ ପୋଷ୍ଟ ସେୟାର ଲେଖିଛନ୍ତି ଯେ ଜନସେନ 10 କୋଟି ଟଙ୍କା ମୂଲ୍ୟର ଖେଳାଳି।
ଜାନସେନଙ୍କ ଆନ୍ତର୍ଜାତୀୟ କ୍ୟାରିଅର୍ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି । ସେ ଏପର୍ଯ୍ୟନ୍ତ 17 ଟି -20 ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ 17 ଟି ୱିକେଟ୍ ନେଇଛନ୍ତି ଜାନସେନ୍ ମଧ୍ୟ 139 ରନ୍ ସ୍କୋର କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ପାଇଁ 23 ଟି ODI ମ୍ୟାଚ୍ ଖେଳି 35 ୱିକେଟ୍ ନେଇଥିଲେ । ସେ 13 ଟି ଟେଷ୍ଟ ମ୍ୟାଚରେ 49 ୱିକେଟ୍ ନେଇଛନ୍ତି।
Marco Jansen
A 10 crore player?
I’d say so.
— Dale Steyn (@DaleSteyn62) November 13, 2024












Click it and Unblock the Notifications