ଟସ୍ ଜିତି ବ୍ୟାଟିଂ କରିବାକୁ ସାଉଥ ଆଫ୍ରିକାର ନିଷ୍ପତ୍ତି
ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଗତ ଦୁଇ ମାସ ମଧ୍ୟରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମୁକାବିଲା ହେବ। କିନ୍ତୁ ଏହି ବିଶ୍ୱକପରେ ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ଦଳ।

ଗ୍ରୁପ୍ ଷ୍ଟେଜ୍ରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ଦଳ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ହେଲେ ବ୍ୟାଟିଂ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ନ ଥିଲା। ଓପନର୍ ଇଶାନ କିଶାନ୍ ଦୁଇଟି ଅର୍ଦ୍ଧଶତକ ଏବଂ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଭଲ ପ୍ରଦର୍ଶନ କରିଥିଲେ ଅଭିଷେକ ଶର୍ମା ତିନିଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ତିଲକ ବର୍ମାଙ୍କ ବ୍ୟାଟିଂ ମଧ୍ୟ ମନ୍ଥର ରହିଛି। ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଦ୍ରୁତ ରନ କରି ଦଳକୁ ସମ୍ଭାଳୁଥିବା ବେଳେ ଦୁଇ ବ୍ୟାଟରଙ୍କ ମନ୍ଥର କେଳ ଟିମ୍ ପାଇଁ ଚିନ୍ତାର କାରଣ ପାଲିଟିଛି।
ଟି-୨୦ ବିଶ୍ୱକପରେ ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବୋଲିଂ ପ୍ରଦର୍ଶନ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତିପକ୍ଷ ଦଳର ବ୍ୟାଟରଙ୍କୁ ଘାଇଲା କରୁଛନ୍ତି। ବଡ଼ ସ୍କୋର କରିବାକୁ ଦେଉ ନାହାନ୍ତି। ଚକ୍ରବର୍ତ୍ତୀ ୪ଟି ମ୍ୟାଚରେ ୯ଟି ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପେରେ କ୍ୱିଣ୍ଟନ୍ ଡି କକ୍, ଡେୱାଲ୍ଡ ବ୍ରୁଇସ୍, ଟ୍ରିଷ୍ଟାନ୍ ଷ୍ଟବ୍ସ, ରିଆନ୍ ରିକେଲଟନ୍ ଏବଂ ଡେଭିଡ୍ ମିଲରଙ୍କ ଭଳି ଖତରନାକ ବ୍ୟାଟର ଅଛନ୍ତି। ଯାହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ।
ଭାରତୀୟ ଦଳ-ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଇଶାନ କିଶନ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ୱାଶିଂଟନ ସୁନ୍ଦର ଏବଂ ଅର୍ଶଦୀପ ସିଂ।
ବେଞ୍ଚ୍ରେ -ସଞ୍ଜୁ ସାମସନ୍, କୁଲଦୀପ ଯାଦବ, ଅକ୍ଷର ପଟେଲ,ମହମ୍ମଦ ସିରାଜ ।
ଦକ୍ଷିଣ ଆଫ୍ରିକା-ଆଡେନ ମାର୍କରମ, କ୍ୱିଣ୍ଟନ୍ ଡି କକ୍, ରିଆନ୍ ରିକେଲ୍ଟନ୍, ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, କର୍ବିନ ବୋଶ, ମାର୍କୋ ଜାନସେନ୍, କାଗିସୋ ରାବାଡା, କେଶବ ମହାରାଜ, ଲୁଙ୍ଗି ଏନଗିଡି ।












Click it and Unblock the Notifications