ବିଶ୍ୱକପ୍ ଇତିହାସର ସର୍ବାଧିକ ୪୨୮ ରନ୍ କରି ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା
Cricket World Cup 2023: ଦକ୍ଷିଣ ଆଫ୍ରିକା ଏକ ବିଜୟ ସହିତ ODI ବିଶ୍ୱକପ 2023ରେ ଖାତା ଖୋଲିଛି । ପ୍ରଥମ ମ୍ୟାଚ୍ରେ ଆଫ୍ରିକା ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଛି। ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଇତିହାସର ସର୍ବାଧିକ ୪୨୮ ରନ୍ କରି ଶ୍ରୀଲଙ୍କାକୁ ଦେଇଥିଲା କଡା ଟକ୍କର୍ । ଜବାବରେ ଶ୍ରୀଲଙ୍କା ୩୨୦ ରନ୍ କରି ଅଲଆଉଟ୍ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ୧୦୨ ରନରେ ବିଜୟୀ ହୋଇଛି ।

ଶ୍ରୀଲଙ୍କା ଦ୍ୱିତୀୟ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା । ଦଳର ଓପନର୍ ପାଥୁମ୍ ନିଶଙ୍କା ଦଳକୁ ନିରାଶ କରିଥିଲା ବିନା କୌଣସି ରନରେ ହିଁ ସେ ପ୍ୟାଭିଲିୟନକୁ ଫେରିଥିଲେ। ତା'ପରେ କିଛି ସମୟ ପାଇଁ ଦଳର ସ୍କୋର ବୃଦ୍ଧି ପାଇଲା ଏବଂ ଅଷ୍ଟମ ଓଭରର ଶେଷ ବଲରେ ଶ୍ରୀଲଙ୍କା ଦ୍ୱିତୀୟ ୱିକେଟ୍ ହରାଇଲା। ୭ (୧୫) ରନ୍ ସ୍କୋର କରିବା ପରେ କୁସଲ ପେରେରା ଆଉଟ୍ ହୋଇଯାଇଥିଲେ । ଏହାରି ମଧ୍ୟରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କୁସଲ ମେଣ୍ଡିସ୍ ତାଙ୍କ ବିସ୍ଫୋରକ ଇନିଂସ ସହ ଦଳକୁ ଆଶା ଦେଇଥିଲେ।
କିନ୍ତୁ ମେଣ୍ଡିସ୍ ମଧ୍ୟ ଦ୍ୱାଦଶ ଓଭରର ଚତୁର୍ଥ ବଲରେ ଆଉଟ୍ ହୋଇଯାଇଥିଲେ । ୪୨ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସେ ୪ଟି ଚୌକା ଓ ୪ଛକା ମାରିଥିଲେ। ଏହିପରି ଭାବରେ ଶ୍ରୀଲଙ୍କା ୧୦୯ ରନ୍ ସ୍କୋରରେ ତୃତୀୟ ୱିକେଟ୍ ହରାଇଲା। ଧନଞ୍ଜୟ ଡି'ସଲଭା ମଧ୍ୟ ବେଶୀ କିଛି ରନ୍ କରିପାରି ନଥିଲେ । ୱିକେଟ୍ ଯିବା ସହ ଚାପ ମଧ୍ୟ ବଢିବାରେ ଲାଗିଥିଲା । ଶେଷରେ ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ୍ ହୋଇଯାଇଥିଲେ । ଦକ୍ଷିଣ ଆଫ୍ରିକା ୧୦୨ ରନରେ ବିୟଜ ହାସଲ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ।












Click it and Unblock the Notifications