Get Updates
Get notified of breaking news, exclusive insights, and must-see stories!

ଭାରତ ଆଗରେ ୧୮୮ ରନର ଟାର୍ଗେଟ୍ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛିଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଛି। ଭାରତକୁ ଏହି ମୁକାବିଲା ଜିତିବାକୁ ହେଲେ୧୮୮ ରନ୍ କରିବାକୁ ପଡ଼ିବ। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଗତ ଦୁଇ ମାସ ମଧ୍ୟରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମୁକାବିଲା ହେଉଛି। କିନ୍ତୁ ଏହି ବିଶ୍ୱକପରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୪୫ ଓ ଟ୍ରିଷ୍ଟାନ ଷ୍ଟବ୍ସ ୪୪ ରନ୍ କରିଥିଲେ।ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି ଓ ଶିବମ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

South Africa

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡେନ ମାର୍କରମ ଓ କ୍ୱିଣ୍ଟନ ଡିକକ ଓପନିଂ କରିବାକୁ ଆସିଥିଲେ। ହେଲେ ଦୁଇ ଅଭିଜ୍ଞ ଓପନର ଆଜିର ମୁକାବିଲାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ଉଭୟଙ୍କ ୱିକେଟ୍ ଶସ୍ତାରେ ଯାଇଥିଲା। ଜସପ୍ରୀତ ବୁମ୍ରା କ୍ୱିଣ୍ଟନ ଡିକକୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ସୁପର ୮ ମୁକାବିଲାରେ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ଅର୍ଶଦୀପ ସିଂହ ମାତ୍ର ୪ ରନ୍ ଦେଇଥିଲେ। ହେଲେ ଦ୍ୱିତୀୟ ଓଭର କରିବାକୁ ଆସିଥିବା ବୁମ୍ରା ଡି-କକ୍ ଆଉଟ କରିଥିଲେ।

ଏହାପରେ ତୃତୀୟ ଓଭର ବୋଲିଂ କରିବାକୁ ଆସିଥିବା ଅର୍ଶଦୀପ ସିଂହ ବି ଘାତକ ବୋଲିଂ ଆଡେନ ମାର୍କରମଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ପୂରା ବିଗାଡ଼ି ଦେଇଥିଲେ। ଅର୍ଶଦୀପଙ୍କ ଚତୁର୍ଥ ବଲ୍‌ରେ ମାର୍କରମ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ଓପନିଂ ଆସିଥିବା ଦୁଇ ବ୍ୟାଟର ଆଡେନ ମାର୍କରମ ଓ କ୍ୱିଣ୍ଟନ ଡିକକ୍ ଖୁବ୍ ଶସ୍ତାରେ ବିଦା ହୋଇଯାଇଥିଲେ।

ଡିକକଙ୍କ ଆଉଟ୍ ହେବା ପରେ ବ୍ୟାଟିଂ ଆସିଥିବା ରିକେଲ୍ଟନ ମଧ୍ୟ ବେଶି ସମୟ ତିଷ୍ଟି ପାରିଲେ ନାହିଁ। ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ବୁମ୍ରା ତାଙ୍କୁ ଶିଭମ ଦୁବେଙ୍କ ହାତରେ କ୍ୟାଚ୍ ଆଉଟ୍ କରି ପାଭିଲିଅନ ପଠାଇ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪ ଓଭର ଖେଳି ମାତ୍ର ୨୦ ରନ୍‌ରେ ୩ ୱିକେଟ୍‌ ହରାଇ ସାରିଥିଲା। ଏହାପରେ ଡେଭିଡ ମିଲର ଓ ଡିୱାଲ୍ଡ ବ୍ରେଭିସ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ ଆରମ୍ଭ କରିଥିଲେ। ପରବର୍ତ୍ତୀ ଦୁଇ ଓଭରେ ୨୧ ରନ୍ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା। ୬ ଓଭର ଖେଳ ପରେ ଦକ୍ଷିଣ ଆଫ୍ରିକା ୪୧ ରନ୍ କରିଥିଲା।

ଅନ୍ୟପଟେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ ଓଭର ବୋଲିଂ କରି ୨୨ ରନ୍ ଦେଇଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ବୁମ୍ରା ଦୁଇ ଓଭର କରି ମାତ୍ର ୭ ରନ୍ ଦେଇଥିବା ବେଳେ ଦୁଇଟି ୱିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓଭରରେ ୧୧ ରନ୍ ଦେଇଥିଲେ। ସପ୍ତମ ଓଭର ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ ସୁନ୍ଦର ମଧ୍ୟରେ ୧୧ ରନ୍‌ ଦେଇଥିଲେ। ଷଷ୍ଠ ଓ ସପ୍ତମ ଓଭର ବରୁଣ ଚକ୍ରବର୍ତ୍ତୀ ଓ ୱାଶିଂଟନ ସୁନ୍ଦର ଦୁଇ ସ୍ପିନ କରିଥିବା ବେଳେ ଦୁହେଁ ୨୨ ରନ୍ ଲେଖାଏ ଦେଇଥିଲେ। ଦୁଇ ସ୍ପିନରଙ୍କ ବଲ୍‌ର ମାଡ଼ ଖାଇବା ପରେ ପୁଣିଥରେ ଦ୍ରୁତ ବୋଲର ଲଗାଇଥିଲେ ସୂର୍ଯ୍ୟକୁମାର ଯାଦବ। ଅଷ୍ଟମ ଓଭର ବୋଲିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ସ୍କୋର ଚାପି ମାତ୍ର ୪ ରନ୍ ଦେଇଥିଲେ। ଏହାପରେ ନବମ ଓଭରରେ ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବରୁଣ ଚକ୍ରବର୍ତ୍ତୀ। ଏହି ଓଭରରେ ସେ ୧୭ ରନ୍ ଦେଇଥିଲେ।

ତେବେ ୧୦ ଓଭର ପାଇଁ ଆଉ ସ୍ପିନର ଆଟାକ୍ ନକରି ପୁଣିଥରେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଯଦିଓ ଦଶମ ଓଭର ପାଣ୍ଡ୍ୟା ଭଲ ବୋଲିଂ କରିଥିଲେ ହେଲେ ତାଙ୍କର ଶେଷ ବଲ୍ ନୋ ବୋଲ ହୋଇଥିଲା। ଫଳରେ ଫ୍ରି ହିଟ୍‌ ପାଇଥିବା ଡେଭିଲ୍‌ ମିଲର ପାଣ୍ଡ୍ୟଙ୍କ ଶେଷ ବଲ୍‌କୁ ୬ ମାରିଥିଲେ। ଦକ୍ଷିଣ ଆଫ୍ରିକା ୧୦ ଓଭର ଖେଳ ବେଳକୁ ୮.୧୩ ହାରରେ ୮୪ ରନ୍ କରିଥିବା ବେଳେ ୩ ୱିକେଟ୍ ହରାଇଥିଲା। ପ୍ରଥମ ୧୦ ଓଭର ଖେଳ ଏହିଭଳି ଖେଳିଥିଲା ଦକ୍ଷିଣ ଆଫ୍ରିକା।

ଏହାପରେ ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେଙ୍କ ପରବର୍ତ୍ତି ଦୁଇ ଓଭର ଯଦିଓ ମହଙ୍ଗା ସାବ୍ୟସ୍ତ ହୋଇଥିଲା, ତେବେ ୧୨. ୨ ଓଭର ଖେଳ ବେଳେ ଶିବମ ଦୁବେ ଭାରତକୁ ଆଉ ଏକ ସଫଳତା ଦେଇଥିଲେ। ସେଟ୍ ବ୍ୟାଟର ଡିୱାଲ୍ଡ ବ୍ରେଭିସ୍‌ଙ୍କୁ ଅଭିଷେକ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଧୂଆଁଦାର ବ୍ୟାଟିଂ କରୁଥିବା ବ୍ରେଭିସ୍‌ ୨୯ ବଲ୍‌ରେ ମାତ୍ର ୪୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଅର୍ଦ୍ଧଶତକ ସ୍ୱପ୍ନ ପୂରା ହୋଇପାରି ନଥିଲା। ସେପଟେ ଡେଭିଡ୍ ମିଲର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ସହଯୋଗ କରିବାକୁ ଆସିଥିଲେ ଟ୍ରିଷ୍ଟାନ ଷ୍ଟବ୍ସ।

ମିଲର ଟିମ୍‌ର ସ୍କୋରକୁ ଆଗକୁ ବଢ଼ାଇବାକୁ ଯାଇ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ୧୫.୪ ଓଭର ଖେଳ ବେଳେ ମିଲର ୩୫ ବଲ୍‌ରେ ୬୩ ରନ୍ କରି ଆଉଟ୍ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ ତାଙ୍କୁ ତିଲକ ବର୍ମାଙ୍କ ହାତରେ କ୍ୟାଚ୍ ୱିକେଟ୍ କରାଇଥିଲେ। ପୁଣି ୧୭.୨ ଓଭର ବେଳେ ମାର୍କୋ ୟାନସେନଙ୍କ ୱିକେଟ୍ ନେଇଥିଲେ ଅର୍ଶଦୀପ ସିଂହ। ୧୮.୫ ବଲ୍‌ରେ କର୍ବିନ ବୋସ୍‌ଙ୍କ ୱିକେଟ୍ ଯାଇଥିଲା। ସେ ମାତ୍ର ୬ ରନ୍ କରି ବୁମ୍ରାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ମିଲରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୭ ରନ୍ କରିପାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+