ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ

ଜାତୀୟ ଦଳର ମ୍ୟାଚ ଥିବା ସତ୍ବେ ଆଗାମୀ ଆଇପିଏଲ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଏହାର ଦୁଇ ଖେଳାଳିଙ୍କୁ ମୁକ୍ତ କରିଛି ।

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କ୍ରିକେଟ୍ ବୋର୍ଡ ଦୃଷ୍ଟିରୁ ବିସିସିଆଇ ସବୁଠାରୁ ଶକ୍ତିଶାଳୀ ବୋର୍ଡ ଭାବରେ ଜଣାଶୁଣା । ଯାହାର ସର୍ବଶେଷ ଉଦାହରଣ ବିଷୟରେ କହିବାକୁ ଗଲେ ଜାତୀୟ ଦଳର ମ୍ୟାଚ ଥିବା ସତ୍ବେ ଆଗାମୀ ଆଇପିଏଲ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଏହାର ଦୁଇ ଖେଳାଳିଙ୍କୁ ମୁକ୍ତ କରିଛି । ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଜାତୀୟ ଦଳରୁ କାଗିସୋ ରବାଡା ଏବଂ କ୍ୱିଣ୍ଟନ୍ ଡି କକଙ୍କୁ ମୁକ୍ତ କରିଛି।

BCCI

ଉଲ୍ଲେଖଥାଉ କି, କାଗିସୋ ରାବାଡା ଦିଲ୍ଲୀ ରାଜଧାନୀ ଦଳ ସହିତ ଖେଳୁଥିବାବେଳେ କ୍ୱିଣ୍ଟନ୍ ଡି କକ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଜଣେ ଆଗ ଧାଡିର ଖେଳାଳି । ଏହି ଦୁଇ ଖେଳାଳି ପାକିସ୍ତାନ ବିପକ୍ଷ ଆଗାମୀ ସିରିଜ ପୂର୍ବରୁ ଜାତୀୟ ଦଳର ଅଂଶ ହେବାକୁ ଯାଉଥିଲେ। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଆଫ୍ରିକା କ୍ରିକେଟ୍ ବୋର୍ଡ କହିଛି ଯେ, BCCI ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଯେଉଁ ଖେଳାଳିଙ୍କ ପାଖରେ ଆଇପିଏଲ୍ ଚୁକ୍ତି ଅଛି, ସେମାନଙ୍କ ଫ୍ରାଞ୍ଚାଇଜରେ ଯୋଗଦେବା ପାଇଁ ଶୀଘ୍ର ମୁକ୍ତ କରାଯିବ । ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ପ୍ରେମୀମାନେ ଆଫ୍ରିକା କ୍ରିକେଟ୍ ବୋର୍ଡର ଏହି ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି । ଖେଳାଳିମାନେ ଜାତୀୟ ଦଳ ଉପରେ ଆଇପିଏଲକୁ କିପରି ପ୍ରାଧାନ୍ୟ ଦେଉଛନ୍ତି ତାହା ସମାଲୋଚିତ ହେଉଛି।

ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି ଏବଂ ଏପ୍ରିଲ 2 ରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ 3 ଟି ଦିନିକିଆ ଏବଂ 4 ଟି-20 ମ୍ୟାଚ୍ ଖେଳିବେ । ଏପରି ପରିସ୍ଥିତିରେ, ଆଇପିଏଲର ଅଂଶ ଥିବା କିଛି ଖେଳାଳିଙ୍କୁ ମୁକ୍ତ କରିଛି ଆଫ୍ରିକା କ୍ରିକେଟ୍ ବୋର୍ଡ । ମୁକ୍ତ ହୋଇଥିବା ଖେଳାଳିଙ୍କ ମଧ୍ୟରେ କ୍ୟାଗିସୋ ରାବାଡା, କ୍ୱିଣ୍ଟନ୍ ଡି କକ୍, ଲୁଙ୍ଗି ନିଗିଡି, ଡେଭିଡ ମିଲର, ଆରର୍ନିଚ୍ ନୋର୍କିଆ ଅଛନ୍ତି। ଏହି ସମସ୍ତ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର 16 ଜଣିଆ ଦଳରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହି ଖେଳାଳିମାନଙ୍କ ବ୍ୟତୀତ ଫାଫ୍ ଡୁପଲେସିସଙ୍କୁ ଆଫ୍ରିକା କ୍ରିକେଟ୍ ବୋର୍ଡ ଦଳରେ ଅନ୍ତର୍ଭୁକ୍ତ କରିନାହିଁ । ଡୁପଲେସିସ୍ ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହେବେ। ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଏହାପୂର୍ବରୁ ଡୁପ୍ଲେସିସ୍ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରୁ ହଟାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+