Get Updates
Get notified of breaking news, exclusive insights, and must-see stories!

ଦ୍ବିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ଇନିଂସରେ ସେନୁରାନ ମୁଥୁସାମିଙ୍କ ଶତକ ବଳରେ ୪୮୯ ରନରେ ସୀମିତ ରହିଛି। ଜବାବରେ ଭାରତ ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପ୍ରଥମ ଇନିଂସରେ ବିନା ଉଇକେଟରେ ୯ ରନ କରିଛି। ଆଲୋକ ଅଭାବ କାରଣରୁ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ କରାଯାଇଥିଲା। ଘରୋଇ ଭାରତୀୟ ଦଳକୁ ଇନିଂସ ଅଗ୍ରଣୀ ପାଇଁ ୪୮୧ ରନ ଦରକାର ଥିବା ବେଳେ ହାତରେ ସମସ୍ତ ୧୦ ଉଇକେଟ ରହିଛି।

South Africa 489 at the end of the second day India 9 0

ଆଫ୍ରିକା ତା'ର ଅସମାପ୍ତ ପ୍ରଥମ ଇନିଂସ ୨୪୭/୬ ସ୍କୋରରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟର ମୁଥୁସାମି ଓ କାଇଲି ଭେରେନେ ପୂରା ପ୍ରଥମ ସେସନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଦୁହେଁ ସପ୍ତମ ଉଇକେଟରେ ୮୮ ରନ ଯୋଡ଼ିଥିଲେ। ଭେରେନେ (୪୫)ଙ୍କୁ ଆଉଟ୍‌ କରି ରବୀନ୍ଦ୍ର ଜାଡେଜା ଭାରତକୁ ବହୁପ୍ରତୀକ୍ଷିତ ବ୍ରେକଥ୍ରୁ ଆଣି ଦେଇଥିଲେ। ଏହାପରେ ମୁଥୁସାମୀ ଓ ମାର୍କୋ ଜାନସେନ ଆଟାକିଂ ବ୍ୟାଟିଂ କରି ଅଷ୍ଟମ ଉଇକେଟରେ ୯୭ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୪୩୧ ହୋଇଥିବା ବେଳେ ମୁଥୁସାମି ୧୦୯ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଏହି ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କର ଏହା ପ୍ରଥମ ଟେଷ୍ଟ ଶତକ ଥିଲା। ଏହିଠାରୁ ଜାନସେନ ଏକାକୀ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଶତକ ଆଡ଼େ ଅଗ୍ରସର ହେଉଥିବା ଜାନସେନଙ୍କୁ କ୍ଲିନ ବୋଲ୍ଡ କରି କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକାର ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଜାନସେନ ୯୧ ବଲରେ ୬ ଚୌକା ଓ ୭ ଛକା ସହିତ ୯୩ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ୪୮୯ ରନରେ ଅଲଆଉଟ୍‌ ହୋଇଥିଲା। ଭାରତ ପାଇଁ ବୋଲିଂରେ କୁଲଦୀପ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା, ସିରାଜ ଓ ଜାଡେଜା ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ତା'ର ପ୍ରଥମ ଇନିଂସ ବ୍ୟାଟିଂ କରି ଆଲୋକ ଅଭାବ କାରଣରୁ ଖେଳ ଶେଷ ହେବା ସୁଦ୍ଧା ୬.୧ ଓଭରରେ ବିନା ଉଇକେଟରେ ୯ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲୋକେଶ ରାହୁଲ ୨ ଓ ଯଶସ୍ବୀ ଜୟସ୍ବାଲ ୭ ରନରେ ଅପରାଜିତ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+