ମ୍ୟାଚ୍ ଫିକ୍ସଂରେ ବନ୍ଧା ହେଲେ ଏହି ବୋଲର, ସଚିନ-କୋହଲିଙ୍କୁ ଆଉଟ କରିଥିଲେ
ମ୍ୟାଚ ଫିକ୍ସଂ ଅଭିଯୋଗରେ ବନ୍ଧା ହେଲେ ତିନି ଜଣ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର । ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ପୂର୍ବତନ ପେସ ବୋଲର ଲେନବୋ ସୋସୋବେ, ଥାମି ସୋଲେକେଲ ଏବଂ ଏଥି ବାଲାଟି ମ୍ୟାଚ ଫିକ୍ସିଂ ସ୍କାଣ୍ଡାଲରେ ଗିରଫ ହୋଇଛନ୍ତି । ବର୍ଷ 2015-16ରେ ଖେଳାଯାଇଥିବା ରାମ ସ୍ଲାମ ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ 3 ଖେଳାଳିଙ୍କ ବିରୋଧରେ ଆସିଥିଲା ମ୍ୟାଚ ଫିକ୍ସିଂ ଅଭିଯୋଗ । 2004 ଦୁର୍ନୀତି ନିରୋଧି ଆଇନରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।
ଖାଲି ଏହି 3 ଖେଳାଳି ନୁହଁନ୍ତି, ଗୁଲାମ ବୋଡି 2021-2022ରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ବିରୋଧରେ ଆକ୍ସନ ହୋଇଥିଲା । ସେ ତାଙ୍କ ଜେଲ ଅବଧି ପୂରଣ କରିସାରିଛନ୍ତି । ଏହା ସହିତ ଜିନ୍ ସିମସ୍ ଏବଂ ପୁମି ମାତସିକୋ ମଧ୍ୟ ଦୋଷୀ ସାବ୍ୟସ୍ତ ହେବ ପରେ ନିଲମ୍ବିତ ହୋଇଛନ୍ତି । ତେବେ ଏହି ମାମଲାରେ 7ମ ଖେଳାଳି ଆଲଭିରୋ ପିଟରସନଙ୍କ ବିରୋଧରେ ଏଯାଏଁ କୌଣସି ଅଫିସିଆଲ୍ ଦଣ୍ଡାଦେଶ ଆସିନାହିଁ ।ଏକାଧିକ ମ୍ୟାଚ ପାଇଁ ପ୍ରଥମ 3 ଜଣ ଖେଳାଳି ଗିଫ୍ଟ ଏବଂ ଉପହାର ଗ୍ରହଣ କରିଛନ୍ତି । ଏହା କ୍ରୀଡା ଭାବନା ଏବଂ କ୍ରୀଡା ପ୍ରତିଯୋଗୀତା ପ୍ରତି ହିତକର ନୁହେଁ । ଡିସିପିଆଇଙ୍କ ପକ୍ଷରୁ ଏହି ଅଭିଯୋଗର ତଦନ୍ତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପୋଲିସ ସେବା ଦଳର ଏହା ଏକ ପ୍ରମୁଖ ଅଙ୍ଗ । ଯିଏ ସଂଗଠିତ ଅପରାଧ ଏବଂ ଅର୍ଥନୈତିକ ଅପରାଧର ତଦନ୍ତ କରିଥାଏ ।

ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ 3ଟି ମ୍ୟାଚରେ ଫିକ୍ସିଂ ପାଇଁ ମଧ୍ୟ ଭାରତୀୟ ବୁକିଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି । ତେବେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ମୁତାବକ ମ୍ୟାଚ ଫିକ୍ସିଂ ପାଇଁ ପ୍ରୟାସ ହୋଇଥିଲା କିନ୍ତୁ କୌଣସି ଗୋଟିଏ ମ୍ୟାଚରେ ଫିକ୍ସିଂ ହୋଇନାହିଁ ।
ଦକ୍ଷିଣ ଆଫ୍ରିକାର 7 କ୍ରିକେଟର ବ୍ୟାନ-
ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ ଅନୁଯାୟୀ, 2015-16ରେ ଟି-20 ଟୁର୍ନାମେଣ୍ଟରେ ମ୍ୟାଚ୍ ଫିକ୍ସିଂ ପାଇଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର 7 ଜଣ କ୍ରିକେଟରଙ୍କୁ ବ୍ୟାନ କରାଯାଇଛି ।
ସୋସୋବେ 100ରୁ ଅଧିକ ୱିକେଟ୍ ନେଇଛନ୍ତି-
ଦକ୍ଷିଣ ଆଫ୍ରିକା ପାଇଁ ଲେନବୋ ସୋସୋବେ ଅନ୍ତର୍ଜାତୀୟ କ୍ରିକେଟରେ 100ରୁ ଅଧିକ ୱିକେଟ୍ ନେଇଛନ୍ତି । ସେ 2009 ମସିହାରେ ଆଫ୍ରିକୀୟ ଦଳ ପକ୍ଷରୁ ODI କ୍ରିକେଟରେ ଡେବ୍ୟୁ କରିଥିଲେ। ଏହା ପରେ ସେ 2013 ରେ ଭାରତ ବିପକ୍ଷରେ ତାଙ୍କର ଶେଷ ODI ମ୍ୟାଚ୍ ଖେଳିଥିଲେ ।












Click it and Unblock the Notifications