Get Updates
Get notified of breaking news, exclusive insights, and must-see stories!

ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ

ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ସୌରଭ ଗାଙ୍ଗୁଲି । ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ।

Sourav Ganguly

ବର୍ଧମାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୌରଭ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଟରେ ଯାଉଥିବାବେଳେ ଏକ ଟ୍ରକ୍ ତାଙ୍କ ଗାଡ଼ି ସହ ପିଟି ହୋଇଥିଲା । ଟ୍ରକକୁ ଦେଖି ସୌରଭଙ୍କ ଡ୍ରାଇଭର ହଠାତ୍ କାର ବ୍ରେକ ମାରିବା ପରେ; ତାଙ୍କ ଗାଡ଼ି ପଛରେ ଆସୁଥିବା ଅନ୍ୟ ଗାଡ଼ିସବୁ ପରସ୍ପର ସହ ବାଡ଼େଇ ହୋଇଯାଥିଲେ ।

ଏହାଦ୍ୱାରା ରାସ୍ତା ଜାମ୍ ମଧ୍ୟ ହୋଇଯାଇଥିଲା । ଟ୍ରାଫିକ ପୋଲିସ ଆସି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣାରେ ଜୀବନହାନୀ ହୋଇ ନ ଥିବାବେଳେ ଅନ୍ୟ ଗାଡ଼ି ସହ ପିଟି ହେବା କାରଣରୁ ଗାଡ଼ି ସବୁ ସାମାନ୍ୟ ଭାବେ ପ୍ରଭାବିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+