ଟେଷ୍ଟ ଅଧିନାୟକ ପଦ ଛାଡିଲେ କୋହଲି, ମତ ରଖିଲେ ଗାଙ୍ଗୁଲି

କୋହଲିଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତି ଆସିଛି। ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି।

ନୂଆଦିଲ୍ଲୀ: ଟି-20, ଦିନିକିଆରୁ ବିଦା, ଶେଷରେ କ୍ରିକେଟର ଦୀର୍ଘତମ ଫର୍ମାଟକୁ ଅଲବିଦା କହିଛନ୍ତି ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଟେଷ୍ଟ ସିରିଜ 1-2 ରେ ହାରିବା ପରେ ଅଧିନାୟକ ପଦ ଛାଡିଛନ୍ତି କୋହଲି । ତେବେ କୋହଲିଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତି ଆସିଛି।

Virat Kohli

ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ଗାଙ୍ଗୁଲି କୋହଲିଙ୍କ ପାଇଁ ଲେଖିଛନ୍ତି ଯେ, ବିରାଟଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରିକେଟର ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିଲା। ବିରାଟଙ୍କ ଏହି ପଦକ୍ଷେପ ହେଉଛି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମ୍ମାନ କରେ । ଭବିଷ୍ୟତରେ ଦଳକୁ ନୂତନ ଉଚ୍ଚତାକୁ ନେବା ପାଇଁ ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ । ବିରାଟ ଜଣେ ମହାନ୍ ଖେଳାଳି ।

sourav ganguly

ଅଧିନାୟକତ୍ୱକୁ ନେଇ ବିବାଦ ଚାଲିଥିଲା

ବାସ୍ତବରେ, ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ନେଇ ବିବାଦ ଲାଗି ରହିଥିଲା । ତେବେ ବିରାଟ କୋହଲିଙ୍କ ପ୍ରେସ କନଫରେନ୍ସ ପରେ ଗାଙ୍ଗୁଲି ଓ ତାଙ୍କ ମଧ୍ୟରେ ଫାଟ୍ ଥିବା ସ୍ପଷ୍ଟ ହୋଇଗଲା । ଟି-20 ଅଧିନାୟକ ପଦ ଛାଡିବା ଓ ଦିନିକିଆ ଅଧିନାୟକ ପଦରୁ ହଟାଯିବା ନେଇ ବିସିସିଆଇ ପକ୍ଷରୁ ବିରାଟଙ୍କୁ କୌଣସି ପୂର୍ବ ଯୋଗାଯୋଗ ହୋଇନଥିବା ଖୁଲାସା ହେବା ପରେ ବିବାଦ ଆହୁରି ଘନେଇବାକୁ ଲାଗିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+