ଜାଣନ୍ତୁ, ଏବେ କେମିତି ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା...
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଗୁରୁବାର କୋଲକତାର ଏକ ଘରୋଇ ଡାକ୍ତରଖାନାରେ ପୁଣିଥରେ ଆଞ୍ଜିଓପ୍ଲାଷ୍ଟି ହୋଇଛି।
ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭଙ୍କ ଗୁରୁବାର କୋଲକତାର ଏକ ଘରୋଇ ଡାକ୍ତରଖାନାରେ ପୁଣିଥରେ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଡାକ୍ତରଖାନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ହୃଦ୍ରୋଗ ବିଶେଷଜ୍ଞ ଦେବୀ ଶେଟ୍ଟୀ ଗାଙ୍ଗୁଲିଙ୍କ ସମସ୍ତ ପରୀକ୍ଷା କରିବା ପରେ ଆଞ୍ଜିଓପ୍ଲାଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ କହିଛନ୍ତି ଯେ, ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଧମନୀରେ ଥିବା ଅବରୋଧକୁ ହଟାଇବା ପାଇଁ ଦୁଇଟି ଷ୍ଟଣ୍ଟ ଭର୍ତ୍ତି କରାଯାଇଛି। ଆଉ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ଅବସ୍ଥା ଆକଳନ କରିବା ପରେ ଆମେ ଆଞ୍ଜିଓପ୍ଲାଷ୍ଟି କରିବାକୁ ନିଷ୍ପତ୍ତି ନେଇଛୁ। ଛାତି ଅସ୍ୱାଭାବିକ ଯନ୍ତ୍ରଣା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତିନି ସପ୍ତାହ ପୂର୍ବେ ତାଙ୍କ ଘରେ ବ୍ୟାୟାମ କରୁଥିବା ସମୟରେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।












Click it and Unblock the Notifications