ପ୍ରିନ୍ସ ଅଫ କୋଲକାତାଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ଶୁଭ ଜନ୍ମ ଦିନ ସୌରଭ। ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ । ୫୧ ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ କୋଲକାତା । ଦାଦା ଭାବେ ପରିଚିତ ସୌରଭଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଫ୍ୟାନ୍ସ। ଭାରତର ଅନ୍ୟତମ ସଫଳ ଅଧିନାୟକ ହେଉଛନ୍ତି ଦାଦା। ସଚିନଙ୍କ ସହ ସଫଳ ଓପନିଂ ପାର୍ଟନରସିପ ହେଉ କି ଆଟାକିଂ ଅଧିନାୟକର ଭାରତୀୟ କ୍ରିକେଟକୁ ଆଗକୁ ନେବାରେ ଗାଙ୍ଗୁଲିଙ୍କ ବଡ଼ ଅବଦାନ ରହିଛି ।

ଅଧିନାୟକ ଭାବରେ ଭାରତୀୟ କ୍ରିକେଟକୁ ଆଗକୁ ନେବାରେ ତାଙ୍କର ଭୂମିକା ସବୁବେଳେ ମନେ ରଖିବେ କ୍ରିକେଟପ୍ରେମୀ । ଗାଙ୍ଗୁଲି ଅଫ୍ ସାଇଡରେ ଏପରି ଭଲ ସଟ୍ ଲଗାଉଥିଲେ ଯେ ପ୍ରଶଂସକମାନେ ତାଙ୍କୁ 'ଗଡ୍ ଅଫ୍ ଅଫ୍ ସାଇଡ୍' ବୋଲି ମଧ୍ୟ କୁହନ୍ତି।

Sourav_Ganguly

୮ ଜୁଲାଇ ୧୯୭୨ରେ କୋଲକାତାର ବୋହାଲାରେ ଜନ୍ମଗ୍ରହଣ କରିଥିବା ଗାଙ୍ଗୁଲି ଆକ୍ରମକ କ୍ୟାପ୍ଟେନ ଭାବରେ ୧୯୯୨ରେ ୱେଷ୍ଟଇଣ୍ଡିଜ ବିରୋଧରେ ଡେବ୍ୟୁ କରିଥିଲେ। ତାଙ୍କ କ୍ୟାରିୟରରେ ୨୩ ଶତକ ସହ ୧୧,୩୬୩ ଦିନିକିଆ ରନ୍ ସଂଗ୍ରହ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୧୩ ମ୍ୟାଚ୍ ଖେଳି ୭୨୧୨ ରନ୍ ସ୍କୋର କରିଛନ୍ତି।

ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଚାମ୍ପିଅନ୍ସ ଟ୍ରଫି ୨୦୦୨ ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ବିଜେତା ହୋଇଥିଲା।ଇଂଲଣ୍ଡର ନାଟୱେଷ୍ଟ ସିରିଜରେ ଲର୍ଡସ ଗ୍ରାଉଣ୍ଡରେ ଗାଙ୍ଗୁଲି ସାର୍ଟ ଖୋଲି ବିଜୟ ଉତ୍ସବ ପାଳନ କରିଥିଲେ, ଯାହାକୁ ବର୍ତ୍ତମାନ ମଧ୍ୟ ଭାରତର ପ୍ରତିଟି କ୍ରିକେଟ ପ୍ରେମୀ ମନେ ରଖିଛନ୍ତି । ୧୩ ଜୁଲାଇ ୨୦୦୨ରେ, ନାଟୱେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଭାରତ ଏବଂ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିଲା । ମହମ୍ମଦ କୈଫ ଏବଂ ଯୁବରାଜ ସିଂଙ୍କ ସହାୟତାରେ ଭାରତ ଏହି ମ୍ୟାଚ ଜିତିଥିଲା ଏବଂ ଗାଙ୍ଗୁଲି ନିଜେ ଷ୍ଟାଡ଼ିୟମ ବାଲକୋନୀରେ ସାର୍ଟ ହଲାଇ ବିଜୟ ଉତ୍ସବ ପାଳନ କରିଥିଲେ। ଗାଙ୍ଗୁଲି ଏହା କରିଥିଲେ କାରଣ ପୂର୍ବରୁ ଯେତେବେଳେ ଇଂଲଣ୍ଡ ଭାରତ ଗସ୍ତ କରିଥିଲା, ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ମଧ୍ୟ ତାଙ୍କ ସାର୍ଟ ଖୋଲି ବିଜୟ ଉତ୍ସବ ପାଳନ କରିଥିଲେ।

ଦାଦା ଭାରତକୁ ବିଶ୍ୱକପ ୨୦୦୩ର ଫାଇନାଲକୁ ନେଇଥିଲେ ।ଚାମ୍ପିଅନ୍ ଅଷ୍ଟ୍ରେଲିଆ ମଧ୍ୟ ଫାଇନାଲ୍ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୧୨୫ ରନରେ ପରାସ୍ତ କରିଥିଲା। କ୍ରିକେଟରୁ ଅବସର ନେବା ପରେ ଗାଙ୍ଗୁଲି ବିସିସିଆଇର ସଭାପତି ଦାୟିତ୍ୱ ତୁଲାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+