ଆସିବ ଦାଦାଙ୍କ ବାୟୋପିକ୍, କିଏ ନିଭାଇବେ ଗାଙ୍ଗୁଲିଙ୍କ ଭୂମିକା ?
ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ଗାଙ୍ଗୁଲି ନିଜେ ଟ୍ୱିଟ୍ କରି ଏହା ପ୍ରକାଶ କରିଛନ୍ତି।
Sourav Ganguly Biopic: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ଗାଙ୍ଗୁଲି ନିଜେ ଟ୍ୱିଟ୍ କରି ଏହା ପ୍ରକାଶ କରିଛନ୍ତି। LUV ଫିଲ୍ମସ୍ ପ୍ରଡକ୍ସନ କମ୍ପାନୀ ଏହି ଚଳଚିତ୍ରକୁ ନିର୍ମାଣ କରିବ । ନିର୍ଦ୍ଦେଶନା ଦେବେ LUV ରଞ୍ଜନ । ତେବେ ଦାଦାଙ୍କ ଚରିତ୍ରରେ କିଏ ନିଭାଇବେ, ସେନେଇ କିଛି ଚୁଡାନ୍ତ ନିଷ୍ପତି ହୋଇନାହିଁ । ତେବେ ଫିଲ୍ମ ପାଇଁ ସ୍କ୍ରିପ୍ଟ ଫାଇନାଲ ହୋଇସାରିଥିବା ସୂଚନା ମିଳିଛି । ତେବେ ଏଠି ଆମେ ଆପଣଙ୍କୁ କହି ରଖୁ, ଏପର୍ଯ୍ୟନ୍ତ କ୍ରିକେଟ ଜଗତରୁ ପୂର୍ବତନ ଅଧିନାୟକ ଏମଏସ ଧୋନି ଏବଂ ମହମ୍ମଦ ଅଜରଉଦ୍ଦିନଙ୍କ ଉପରେ ବାୟୋପିକ ପ୍ରସ୍ତୁତ କରାଯାଇଛି ।

ଗାଙ୍ଗୁଲି ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'କ୍ରିକେଟ୍ ମୋର ଜୀବନ, ଏହା ମୋତେ ଆତ୍ମବିଶ୍ୱାସ ଏବଂ ମୋ ମୁଣ୍ଡକୁ ଉଚ୍ଚ କରି ଆଗକୁ ବଢିବାର କ୍ଷମତା ଦେଇଛି, ଯାହା ଏକ ସାକ୍ଷୀ ହେବା ଆବଶ୍ୟକ । ଖୁସି ଯେ LUV ଫିଲ୍ମସ୍ ମୋ ଯାତ୍ରାରେ ଏକ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛି ଏବଂ ଏହା ବଡ ପରଦା ରିଲିଜ ହେବ ।
ଉଲ୍ଲେଖଥାଉ କି, ସାମ୍ପ୍ରତିକ ସମୟରେ ବଲିଉଡରେ ଅଧିକରୁ ଅଧିକ ଖେଳାଳିଙ୍କ ବାୟୋପିକ୍ ତିଆରି କରାଯାଉଛି । ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଏବଂ ଝୁଲଣ ଗୋସ୍ୱାମୀଙ୍କ ଉପରେ ଏକ ବାୟୋପିକ ମଧ୍ୟ ପ୍ରସ୍ତୁତ କରାଯାଉଛି। ତାପସୀ ପନ୍ନୁ ମିତାଲି ରାଜଙ୍କ ବାୟୋପିକରେ ଜଣେ ମହିଳା କ୍ରିକେଟର ଭୂମିକାରେ ନଜର ଆସିବାକୁ ଥିବାବେଳେ ଅଭିନେତ୍ରୀ ଅନୁଷ୍କା ଶର୍ମା ଝୁଲଣଙ୍କ ବାୟୋପିକରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବାକୁ ଯାଉଛନ୍ତି।
Cricket has been my life, it gave confidence and ability to walk forward with my head held high, a journey to be cherished.
— Sourav Ganguly (@SGanguly99) September 9, 2021
Thrilled that Luv Films will produce a biopic on my journey and bring it to life for the big screen 🏏🎥@LuvFilms @luv_ranjan @gargankur @DasSanjay1812
ତେବେ ବର୍ତ୍ତମାନ ଗାଙ୍ଗୁଲିଙ୍କ ବାୟୋପିକରେ କେଉଁ ବଲିଉଡ ଅଭିନେତା ପୂର୍ବତନ ଅଧିନାୟକଙ୍କ ଯାତ୍ରାକୁ ପରଦାରେ ଜୀବନ୍ତ କରି ପାରିବେ, ତାହା ଦେଖିବାକୁ ଆକର୍ଷଣୀୟ ହେବ ।
ଗାଙ୍ଗୁଲିଙ୍କ ଯାତ୍ରା ମଧ୍ୟ ଅତ୍ୟନ୍ତ ଚମତ୍କାର ରହିଛି । ସୌରଭ ସେହି ସମୟରେ ଭାରତୀୟ ଦଳର ଅଧିନାୟକତ୍ୱ ନେଇଥିଲେ ଯେତେବେଳେ ମ୍ୟାଚ୍ ଫିକ୍ସିଂର ଛାଇ ଟିମ୍ ଇଣ୍ଡିଆ ଉପରେ ଘୁରି ବୁଲୁଥିଲା। କିନ୍ତୁ ଏହା ପରେ ଗାଙ୍ଗୁଲି ଦଳକୁ ସଜାଡିଥିଲେ ଏବଂ 2003 ରେ ଭାରତୀୟ ଦଳକୁ ବିଶ୍ୱକପ୍ ଫାଇନାଲକୁ ନେଇଥିଲେ ।












Click it and Unblock the Notifications